ଇନଟ୍ୟୁଟ୍ ଲ୍ୟାବ୍ ଏବଂ ଟେକ୍ନୋ ଇଣ୍ଡିଆ ଗ୍ରୁପ ମିଳିତ ଭାବେ କୋଲକାତାରେ ଖୋଲିବେ ଡିଜାଇନିଂ ସ୍କୁଲ୍
କୋଲକାତା: ଇନଟ୍ୟୁଟ୍ ଲ୍ୟାବ୍ ଯହାକି ଫ୍ରେଂଚ୍ ର ଖ୍ୟାତି ସମ୍ପନ୍ନ ଏଜୁକେଶନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଡିଜାଇନ୍, ଷ୍ଟାଟେଜି ଏବଂ ଡିଜିଟାଲ କ୍ରୀଏସନ୍, ଟେକ୍ନୋ ଇଣ୍ଡିଆ ଗ୍ରୁପ୍ ସହିତ ମିଳିତ ହୋଇ କୋଲକାତାରେ ଡିଜାଇନିଂ ସ୍କୁଲ୍ ଖୋଲିବେ । ଟ୍ରୋକ୍ନୋ ଗ୍ରୁପ୍ର ଦୀର୍ଘ ୩୦ ବର୍ଷର ଟେକ୍ନୋଲୋଜି ଏଂ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ରହିଛି । ଶିକ୍ଷା କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଥିବା ଏହି ଦୁଇ ସଂସ୍ଥା ମିଳିତ ଭାବେ ଭାରତ ବ୍ୟାପି ଶିକ୍ଷାର୍ଥୀଙ୍କ ସୃଜନଶୀଳତାକୁ ରୁଦ୍ଧିମନ୍ତ କରାଇବାକୁସକ୍ଷମ ହେବେ । ଇନଟ୍ୟୁଟ୍ ଲ୍ୟାବ୍ ପେଶାଦାର ଫ୍ରେଂଚ୍ ଏବଂ ଭାରତୀୟଙ୍କ ଦ୍ୱାରା ସ୍ଥାବିତ ହୋଇଛି । ଏହା ଡିଜାଇନିଂ କ୍ଷେତ୍ରରେ ନବୀକରଣ, ସୃଜନଶୀଳତାକୁ ଗୁରୁତ୍ୱ ଦେଇଥାଏ । ସେହିପରି ଟେକ୍ନୋ ଗ୍ରୁପ୍ କୋଲକାତା ସହରରେ ସକାରାତ୍ମକ ମନୋଭାବ ରଖି ବହୁ ଶିକ୍ଷାନୁଷ୍ଠାନ ସ୍ଥାପିତ କରିଛି । ଏହି ଅବସରରେ ଇନଟ୍ୟୁଟ୍ ଲ୍ୟାବ୍ର ସହ ପ୍ରତିଷ୍ଠାତାକ୍ଲେମେଂଟ୍ ଡେରୋକ୍ କହିଲେ, ଟ୍ରେକ୍ନୋ ଇଣ୍ଡିଆ ଗ୍ରୁପ୍ ସହିତ ମିଳିତ ହୋଇଥିବାରୁ ଆମେ ବେଶ୍ ଆନନ୍ଦିତ । ଏହା ଦ୍ୱାରା ଭାରତୀୟ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇପାରିବ । ଦେଶର ପୂର୍ବ କ୍ଷେତ୍ରରେ ଟୋକ୍ନୋ ଇଣ୍ଡିଆ ଗ୍ରୁପ୍ ଶିକ୍ଷାଦାନରେ ବିଶେଷ କ୍ୟାତି ହାସଲ କରିପାରିଛି । ତେଣୁ ଆମେ ଉପଯୁକ୍ତ ପ୍ରତିଭାଙ୍କ ପାଖରେ ସହଜରେ ପହଂଚିପାରିବୁ ।