ଇନପୁଟ ସବସିଡି ଓ ଫସଲ ବୀମା ଦାବିରେ କୁଚିଣ୍ଡା ୧୨ ଘଣ୍ଟିଆ ମହବନ୍ଦ
କୁଚିଣ୍ଡା (ଯୁଗାବ୍ଦ ନ୍ୟୁଜ )ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ରେ ଆଜି ଉପଖଣ୍ଡ ସ୍ଥରୀୟ ମିଳିତ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ମହବନ୍ଦ କରାଯାଇଛି । ୨୦୧୮-୧୯ ବର୍ଷ ରେ ହୋଇଥିବା ଭୟାବହ ମରୁଡି ରେ କୁଚିଣ୍ଡା ଉପଖଣ୍ଡ ର ହଜାର ହଜାର ଏକର ଚାଷଜମି ରୁ ଅମଳ ହୋଇନାହିଁ । ଯାହା ଚାଷୀଙ୍କ ଚଳିବା ରେ ମୁଣ୍ଡ ବ୍ୟଥା ସାଜିଥିଲା । ଅନ୍ୟପଟେ ବିଭିର୍ନ ରୁ ଋଣ ଆଣି ଚାଷ କାର୍ଯ୍ୟ ରେ ଲଗାଇଥିଲେ ହେଲେ ଚାଷରୁ ଅମଳ ନ ହେବାରୁ ତାହା ପରିଶୋଧ କରିବା ପାଇଁ ଇନପୁଟ ସବସିଡି ଓ ଫସଲ ବୀମା ଜନିତ ରାଶି ଉପରେ ଭରସା କରିଥିଲେ ମଧ୍ୟ ତାହା ପାଇବାରୁ ବଞ୍ଚିତ ହୋଇଛନ୍ତି ।ଏହା ପାଇବା ପାଇଁ ସରକାରଙ୍କୁ ବହୁଦିନ ଧରି ଦାବୀ କରିଆସୁଛନ୍ତି ଏପରି କି କୁଚିଣ୍ଡା ଉପ- ଜିଲ୍ଲାପାଲ ଙ୍କ କାର୍ଯ୍ୟ ଲୟ ସାମ୍ନାରେ ଦୀର୍ଘ ୩୫ ଦିନ ଧରି ଆନ୍ଦୋଳନ କରିଥିଲେ ମଧ୍ୟ କୋଣସି ଫଳ ମିଳି ନାହିଁ କ୍ଷ ତେଣୁ ଆଜି ସକାଳ ୬ ଟା ସମୟରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମସ୍ତ ଦୁକାନ ବଜାର, ସରକାରୀ ବେସରକାରୀ ସ୍କୁଲ, କଲେଜ, ଅନୁଷ୍ଠାନ, ସମସ୍ତ ଯାନବହନ ପୁରା ବନ୍ଦ କରାଯାଇଥିଲା ଏବଂ ଦାବୀ ପୂରଣ ନ ହେଲେ ଆସନ୍ତା ଗୁରୁବାର ଦିନ ଠୁ ସମସ୍ତ ଅର୍ଥ ଲଗାଣ କାରି ସଂସ୍ଥା କୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବ ବୋଲି ଚାଷୀ ସଂଗଠନ ର ସଭାପତି କୁଷଧ୍ଵଜ ଚୌଧୁରୀ ସୂଚନା ଦେଇଛନ୍ତି । କୁଚିଣ୍ଡା ର ବିଭିର୍ନ ଛକ ତଥା ଟ୍ରାଫିକ ଛକ, ସଇଡା ଛକ, ଲାଡ଼ ଛକ, ଆଦିରେ ଛକ ମାନଙ୍କରେ ଚାଷୀମାନେ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିଥିଲେ କ୍ଷ ଏହି ବନ୍ଦ ଯୋଗୁଁ ବହୁ ଜଣ ସାଧାରଣ ଙ୍କୁ ହଇରାଣ ହେବାକୁ ପଡିଥିଲା ।