ଇନଫୋଟେକ କମ୍ପ୍ୟୁଟର ଏଜୁକେସନ ପକ୍ଷରୁ କୁଇଜ ପ୍ରତିଯୋଗିତା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଇନଫୋଟେକ କମ୍ପ୍ୟୁଟର ଏଜୁକେସନ ପରିସରରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବାଲିପଦର ଓ କେନ୍ଦୁପଦର ଶାଖାର ଛାତ୍ରଛାତ୍ରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। କୁଇଜ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଇନଫୋଟେକ କମ୍ପୁଟର ଏଜୁକେସନର ବାଲିପଦର ଶାଖା ପରିଚାଳକ କାର୍ତ୍ତିକେଶ୍ବର ଲେଙ୍କା, କେନ୍ଦୁପଦର ଶାଖା ପରିଚାଳକ ମହିମା ନାୟକ ଓ ବୁଗୁଡା ଶାଖା ପରିଚାଳକ ମୁକେଶ କୁମାର ଜେନା ଯୋଗଦେଇ କୃତ୍ତି ଛାତ୍ରଛାତ୍ରୀଙ୍କୁ ମେଡାଲ ଓ ମାନପତ୍ର ପ୍ରଦାନ କରିଥିଲେ। ଅଶ୍ୱିନୀ ପ୍ରଧାନ, ସିପୁ ରେଡି, ଆଶିଷ ଓ ଗଣେଶ ଜେନା ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ