ଇନାମ ବେଲପଡ଼ାରେ ନୃସିଂହ ଜୟନ୍ତୀ ପାଳିତ
କୋଦଳା, (ଗୁଲସନ କୁମାର କର) :-ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଇନାମ ବେଲପଡ଼ା ଠାରେ ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମ ଉସ୍ଛବ ବେଶ୍ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀ ଶ୍ରୀ ନୃସିଂହଙ୍କ ଜନ୍ମ ଉସ୍ଛବ ଅବସରରେ ଏକ ଅଷ୍ଟ ପ୍ରହରୀ ନାମଜଜ୍ଞ ମଧ୍ୟ ଆୟୋଜିତ ହୋଇଛି । ଏନେଇ ଶୁକ୍ରବାର ଅଧିବାସ ଆରମ୍ଭ ହୋଇଥିବା ବେଳେ ଶନିବାର ସକାଳ ଆଳତୀ ପରେ ମହାପ୍ରଭୁଙ୍କ ଦର୍ଶନ ସହ ଯଥାରୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ହିନ୍ଦୁ ଧର୍ମାବଲମ୍ବୀଙ୍କଦ୍ୱାରା ପାଳନ କରାଯାଏ ନୃସିଂହ ଚତୁର୍ଦ୍ଦଶୀ । ଲୋକ ବିଶ୍ୱାସ ଅନୁସାରେ ବିଷ୍ଣୁଙ୍କର ଦଶାବତାର ମଧ୍ୟରେ ନୃସିଂହ ଚତୁର୍ଥ ଅବତାର ଅଟନ୍ତି । ଭକ୍ତ ପ୍ରହ୍ଲାଦଙ୍କୁ ନିର୍ଯାତନା ମୁକ୍ତ କରିବା ପାଇଁ ନୃସିଂହ ରୂପରେ ସ୍ତମ୍ଭରୁ ବାହାରି ରାଜା ହିରଣ୍ୟକଶିପୁଙ୍କୁ ବିଦାରଣ କରିଥିବାର ବର୍ଣ୍ଣନା ରହିଛି । ସଂଧ୍ୟାରେ ମହାପ୍ରଭୁଙ୍କ ନଗର ପରିକ୍ରମା କରାଯିବା ସହ ଆସନ୍ତା କାଲି ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ମାନସିକ ଧାରୀ ମାନେ ମୁଣ୍ଡନ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଇନାମ ବେଲପଡ଼ା ଠାରେ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ,କାଉନସିଲର ତଥା ବିଜେପି ମଣ୍ଡଳ ସଭାପତି ମଧୁସୂଦନ ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତଦାରଖ କରିବା ସହିତ ମହାପ୍ରଭୁଙ୍କ କୃପା ଭିକ୍ଷା କରିଥିଲେ ।