ଇନ୍ଦିରାଆବାସ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନ କରିବା ଦାବି ଛାତ୍ରଛାତ୍ରୀ ଅଭିଭାବକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିରହିଲେ
ଛତ୍ରପୁର ,(ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ ମାଧପୁର ପଂଚାୟତ ରେ ଥିବା ଇନ୍ଦିରାଆବସ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ କମ ପିଲା ଥିବା ନେଇ ସରକାର ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ସେହି ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ସେହି ସ୍କୁଲ ଠାରୁ ୩ କିଲୋମିଟର ଦୂରରେ ଥିବା ବଡମାଧପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରିଦିଆଯାଇଛି । ଏନେଇ ଗୁରୁବାର ବଡମାଧପୁର ସରପଞ୍ଚ ଶରତ ଖୁଣ୍ଟିଆଙ୍କ ନେତୃତ୍ୱରେ ଇନ୍ଦିରାଆବାସ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ , ଅଭିଭାବକ ଓ ମହିଳା ସଂଘ ର ମାଆ ମାନେ ଗଞ୍ଜାମ ଅତିରିକ୍ତଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ ବଡମାଧପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗ୍ରାମ ଠାରୁ ୩ କିଲୋମିଟର ଦୂରରେ ରହିଛି । ଏହି ବିଦ୍ୟାଳୟକୁ ଯିବା ପାଇଁ ଥିବା ରାସ୍ତା ପିଲାମାନଙ୍କ ବିପଦ ସଙ୍କୁଳ ଅବସ୍ଥାର ରହିଛି । ଏହା ସହ ସେହି ରାସ୍ତାରେ ପ୍ରତି ସମୟରେ ସେହି ରାସ୍ତା ଦେଇ ବାଲି ବୋଝେଇ ଗାଡି ଗୁଡିକ ଯିବା ଆସିବା କରୁଛି । ଅଭିଭାବକ ମାନେ ଖଟିଖିଆ ମଜୁରିଆ ହୋଇଥିବାରୁ ପିଲାମାନଙ୍କୁ ବିଦ୍ୟାଳୟକୁ ନେବା ଆଣିବା କରିପାରୁନଥିବାରୁ ସେମାନେ ଇନ୍ଦିରାଆବାସ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନ କରିବା ପାଇ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ମା ନାରାୟଣୀ ମହିଳା ସଂଘ ର ଜି.ଜାନକୀ ପାତ୍ର, ଡି. ଇାସନ୍ତି ପାତ୍ର, କୁନି ସେଠୀ, ମା ସନ୍ତୋଷୀ ମହିଳା ସଂଘ ର ଶଶି ନାୟକ, ଲକ୍ଷ୍ମୀ ନାୟକ, ମା ତାରାତାରିଣି ମହିଳା ସଂଘର ରିନା ନାୟକ,ଗୌରୀ ନାୟକ, ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।


