ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସକୁ କିଷାନ ଅଧିକାର ଦିବସ ରୂପେ ପାଳନ କରାଗଲା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଲୌହ ମାନବୀ ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସର ।ଏହାକୁ ସମଗ୍ର ଭାରତରେ ବଳିଦାନ ଦିବସ ପାଳନ କରାଯାଏ । ଆଜି ଏହି ବଳିଦାନ ଦିବସରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ତରଫରୁ ଇନ୍ଦିରା ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପରେ କଂଗ୍ରେସ ଦଳ ତରଫରୁ ପୂର୍ବ ଦଳୀୟ କାର୍ଯ୍ୟ ନିର୍ଦ୍ଧାରଣ ଅନୁସାରେ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସକୁ କିଷାନ ଅଧିକାର ଦିବସ ରୂପେ ପାଳନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ଦିନ ଥିବା ୧୧.୩୦ ରରୁ ଦିନ ୧.୩୦ ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା । କେନ୍ଦ୍ର ସରକାରଙ୍କ କୃଷି ବିଲ୍ ସଂପୁର୍ଣ୍ଣ ଚାଷୀ ମାରଣ ନୀତି । ରାଜ୍ୟର ବିଜେଡି ସରକାର ସବୁ କଥାରେ ବିଜେପିର ଗଡାଣିଆ ସାଜିଛି । ଯାହାଫଳରେ କୃଷକର ମେରୁଦଣ୍ଡର କୃଷି ବିଲ୍ ଭାଙ୍ଗି ଦେଇଛି । ବଡ଼ ବଡ଼ ଦଲାଲଙ୍କ ଜାଲରେ ଛନ୍ଦି ହେବେ କୃଷକ । ଦେଶରେ ଗରିବି, ବେକାର ବୃଦ୍ଧି ପାଇବ ଦେଶର ଅର୍ଥନୀତି ଭୁଷୁଡି ପଡିବ ବୋଲି ଦଳର ନେତୃବୃନ୍ଦ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଶୁଶିଳା ତିରିଆ, ପୂର୍ବତନ ମନ୍ତ୍ରୀ ସରସ୍ଵତୀ ହେମ୍ବ୍ରମ,ବିଜନ ଦାସ,ଅଶୋକ ଅଧିକାରୀ,ଜ୍ବୋତି ପ୍ରକାଶ ରଥ, ଅରବିନ୍ଦ ଦାସ, ପ୍ରଦୀପ ମିଶ୍ର, ସସ୍ମିତା ଘୋଷାଲ, ରଶ୍ମିତା ମିଶ୍ର, ଇତିଶ୍ରୀ ମିଶ୍ର,ଅଞ୍ଜନୀ ମହାନ୍ତ,ସୁନିତା ବାରିକ,ଇନ୍ଦୁମତୀ ମହାନ୍ତି,ବୁଧୁନୀ ମହାନ୍ତ, ରିତୁ ସିଂ, ଗୌରୀ ମହାନ୍ତ,ହିତେନ୍ଦ୍ର ସାହୁ, ମୀନକେତନ ବେହେରା,ସେକ ମୁସ୍ତାଫା,ଦଶରଥ ସିଂ, ଯୋଗେଶ ଅଗ୍ରୱାଲ ଓଡ଼ିଶାର, ଶାନ୍ତନୁ ପାଲ,ମୁରରଲୀ ନାଏକ, ରବିନ୍ଦ୍ର ପରିଡ଼ା,,ଶଶଧର ମହାପାତ୍ର, ତୁଷାର ବେହେରା, ଶୁଶାନ୍ତ ବିଶ୍ବାଳ ଏବଂ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ । ଏହି ଧାରଣାରେ ବିଜେଡି ନେତା ସଂଜୟ ସେଠୀଙ୍କ ନେତୃତ୍ୱରେ ୪୦ ଜଣ କଂଗ୍ରେସରେ ସାମିଲ ହୋଇଥିଲେ । ଦଳ ତରଫରୁ ଜିଲ୍ଲା ସଭାପତି ହେମନ୍ତ ଦାସ ତାଙ୍କୁ ପୁଷ୍ପଗୁଚ୍ଛ ସହ ଦେଇ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ