ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ରକ୍ତଦାନ ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା) : ରକ୍ତ ଅଭାବରୁ ମରିବାକୁ କାହାରିକୁ ନ ଦେବା ଏବଂ ରକ୍ତ ର ଅଭାବ ଦୂର କରି ଅନ୍ୟର ଜୀବନ ବଞ୍ଚାଇ ମୁହଁରେ ହସ ଫୁଟାଇ ଦେବା ବାର୍ତ୍ତା ଉଦ୍ଦେଶ୍ୟରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ଅବସରରେ ଛତ୍ରପୁର କଂଗ୍ରେସ ପକ୍ଷରୁ ସାମାଜ ସେବୀ,ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ଯ ଅନୂସୁଚିତ ଜାତି ସଂଯୋଜକ ଭାଗୀରଥୀ ବେହେରାଙ୍କ ନେତୃତ୍ଵରେ ରବିବାର କଣମଣା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଯୋଗ ଦେଇ ଶିବର କୁ ଉଦଘାଟନ କରିବା ସହ ଆୟୋଜକ ମାନଙ୍କୁ ପ୍ରସଂଶା କରି ସ୍ୱେଚ୍ଛାସେବୀ ରକ୍ତଦାତାଙ୍କୁ ମାନ ପତ୍ର ପ୍ରଦାନ କରିଥିଲେ। ଏଥିରେ ୫୦ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରି ଏହି ମହତ୍ କାର୍ଯ୍ୟରେ ସାମିଲ୍ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡି, ଗଞ୍ଜାମ ବ୍ଲକ କଂଗ୍ରେସ କମିଟି ର ସଭାପତି ଏନ୍. ଗଣେଶ ରେଡ୍ଡି, ବରିଷ୍ଠ ଆଇନଜୀବି ବାବୁ ନାହକ, ଏନ. କୁନା ରେଡ୍ଡି, ଛାତ୍ର ନେତା ମହେଶ କୁମାର ଗୌଡ଼, ରାକେଶ କୁମାର ଆଚାର୍ଯ୍ୟ, ଚକ୍ରପାଣି ପଲାଇ, ପର୍ଶୁରାମ ପରିଡା, ଦୀପକ ରାଉଳ, ସୁବୋଧ ସୁମନ ସ୍ୱାଇଁ, ପବିତ୍ର ସ୍ଵାଇଁ, ମୁନା ଦାସ ପ୍ରମୁଖ ସହଯୋଗ କରିଥିଲେ।