ଇନ୍ଦୁପୁର ପଞ୍ଚାୟତରେ ସଫେଇ କାର୍ଯ୍ୟକ୍ରମ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ପ୍ରଦୀପ୍ତରଞ୍ଜନ ସୁତାରଙ୍କ ନେତୃତ୍ୱରେ ପଞ୍ଚାୟତର ବିଭିନ୍ନ ସ୍ଥାନକୁ ସଫେଇ କରାଯାଇଛି । ସେହି ପଞ୍ଚାୟତକୁ ଜିଲ୍ଲାର ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଢିତୋଳିବା ଉଦେଶ୍ୟରେ ସରପଞ୍ଚଙ୍କ ଶ୍ରୀ ସୁତାରଙ୍କ ନେତୃତ୍ୱରେ ପଲ୍ଲିମଙ୍ଗଳ ପଡିଆ ଓ ପଞ୍ଚାୟତ ସମ୍ମୁଖ ରାସ୍ତାରୁ ଅଳିଆ ଆବର୍ଜ୍ଜନାକୁ ସଫା କରାଯାଇ ଏକ ସବୁଜ ସୁନ୍ଦର ପରିବେଶ ସୃଷ୍ଟି କରାଯାଇଛି । ଆଗାମୀ ବାରୁଣୀ ମେଳାକୁ ସରସ ସୁନ୍ଦର କରିବା ପାଇଁ ଆସନ୍ତା ରବିବାର ଇନ୍ଦୁପୁର ଗ୍ରାମପଞ୍ଚାୟତ ପକ୍ଷରୁ ବାରୁଣୀ ସ୍ନାନ ଘାଟ ଓ ବିରୂପା ନଦୀ ପଠାକୁ ମଧ୍ୟ ସଫେଇ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ପ୍ରମିଳା ସାହୁ, ମୋହନ ଚାନ୍ଦ ମଳିକ, ବିଜନ ମଳିକ, ସନ୍ତୋଷ ବେହେରା, ଶ୍ରୀକାନ୍ତ ବେହେରା, ମିଲନ ଜେନା, ଅପର୍ଣ୍ଣା ବାରିକ, କନକଲତା ଜେନା, ପ୍ରମୋଦ ସାହୁ, ରଚନା ମଳିକ, ରୁବିନା ମଳିକ, ପ୍ରକାଶ ମଳିକ, ସୁଧିର ଜଗତି, ସେକ ଇସାକ, ସୁନାକର ସୁତାର, ଦୁଷ୍ମନ୍ତ ମଳିକ, ସୁରେନ୍ଦ୍ର ନାଥ ବାରିକ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ