ଇନ୍ଦୁପୁର ପଞ୍ଚାୟତ ପରିସରରେ ବିଶୁଦ୍ଧ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି । ଇନ୍ଦୁପୁର ଗ୍ରାମପଞ୍ଚାୟତର ନିଜସ୍ୱ ପାଣ୍ଠିରୁ ୧ ଲକ୍ଷ ତିରିଶ ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ ଏହି ପ୍ରକଳ୍ପଟି ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପରୁ ପଞ୍ଚାୟତବାସୀ ବିଶୁଦ୍ଧ ପାନୀୟ ଜଳ ପାଇପାରୁଛନ୍ତି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷ ପ୍ରତାପ କୁମାର ମହାପାତ୍ର, ଇନ୍ଦୁପୁର ସରପଞ୍ଚ ପ୍ରଦୀପ୍ତ ରଞ୍ଜନ ସୁତାର, ଧୁମାତ ସରପଞ୍ଚ ମଞ୍ଜୁଲତା ସେଠୀ, ୫ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, ଇନ୍ଦୁପୁର ସମିତି ସଭ୍ୟା ସୁନନ୍ଦା ମଲ୍ଲିକ, ନାଏବ ସରପଞ୍ଚ ପ୍ରମିଳା ସାହୁ, ଇନ୍ଦୁପୁର ସେବା ସମବାୟ ସମିତି ସଭାପତି ରୁନ୍ଦ୍ର ପ୍ରସାଦ ଦାସ ଏବଂ ପଞ୍ଚାୟତର ସମସ୍ତ ୱାର୍ଡର ସଭ୍ୟ/ସଭ୍ୟାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଭଳି ୫ଟି ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଖୁବ୍ ଶୀଘ୍ର ଇନ୍ଦୁପୁର ବଜାରରେ ଉପଲବ୍ଧ ହେବ ବୋଲି ବିଧାୟକ ଶ୍ରୀ ବେହେରା ଏହି ଅବସରରେ ଲୋକମାନଙ୍କୁ ପ୍ରତିଶ୍ରୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ