ଇନ୍ଦୁପୁର ହାଇସ୍କୁୁଲ ପୁରାତନ ଛାତ୍ର ସଂସଦର ଅଭିନବ ପ୍ରୟାସ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଇନ୍ଦୁପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦର ସୈାଜନ୍ୟରେ ଗତ ଫେବୃୟାରୀମାସ ୨ୟ ରବିବାର ଠାରୁ ପ୍ରତ୍ୟେକ ରବିବାର ଆଖପାଖ ବିଦ୍ୟାଳୟର ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଚଳିତ ୨୦୨୨ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ କୃତିତ୍ୱ ସହ ସଫଳ ହେବା ପାଇଁ ବରିଷ୍ଠ , ଅଭିଜ୍ଞ ତଥା ପ୍ରବୀଣ ଶିକ୍ଷକମାନଙ୍କୁ ନେଇ ଶିକ୍ଷାଦାନ କରାଯାଇ ଆସୁଛି । ଆଜି ଭୁବନେଶ୍ୱର ପାହାଳସ୍ଥିତ କ୍ୟାରୟର ଫୋକସ ଏଜୁକେଶନାଲ ଗ୍ରୁପର ପ୍ରତିଭା ସମ୍ପନ୍ନ ପ୍ରବୀଣ ଶିକ୍ଷକ ମଣ୍ଡଳୀମାନଙ୍କ ଦ୍ୱାରା ଶିକ୍ଷାଦାନ ଅତି ଉଚ୍ଚ କୋଟୀର ଓ ଆକର୍ଷଣୀୟ ଥିଲା । ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଇଂରାଜୀ ଓ ଗଣିତ ଇତ୍ୟାଦି ବିଷୟରେ ଖେଳକୁଦ ମାଧ୍ୟମରେ ଶେଷଦେବ ପ୍ରଧାନ, ସୁରେଶ କୁମାର ସିଂ, ପ୍ରସାଦ ରଞ୍ଜନ ପାତ୍ର ଓ ସୁଦର୍ଶନ ମହାପାତ୍ର ପ୍ରମୁଖ ପିଲାମାନଙ୍କୁ ଶିକ୍ଷାଦାନ କରିଥିଲେ । ପୁରାତନ ଛାତ୍ର ସଂସଦର ସମ୍ପାଦକ ପ୍ରଣବ କୁମାର ଜେନା ଆଗନ୍ତୁକ ଶିକ୍ଷକମଣ୍ଡଳୀ ଓ ୨୦ରୁ ଉର୍ଦ୍ଧ୍ୱ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ଏକଶହରୁ ଉର୍ଦ୍ଧ୍ୱ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଜୁକେଶନାଲ ଗ୍ରୁପର ରାକେଶ ସିଂ, ହୃଷିକେଶ ସାହୁ, କ୍ଷୀରାବ୍ଧି ପଟ୍ଟନାୟକଙ୍କ ସମେତ ପୁରାତନ ଛାତ୍ର ସଂସଦର ଉପ ସଭାପତି ଶିକ୍ଷାବିତ ପ୍ରଫୁଲ୍ଲ କୁମାର ଜେନା, ଦେବେନ୍ଦ୍ର କୁମାର ରାଉତ, ତ୍ରିଲୋଚନ ଜେନା, ସୁବାସ ଚନ୍ଦ୍ର ମଜୁମଦାର, ଚିରରଞ୍ଜନ ରାଉତ, ମୂରଲୀଧର ବିଶ୍ୱାଳ, ଅନାଦି ଚରଣ ଦାସ, ବିଜୟ କୁମାର ସାହାଣୀ, ଶଶିଭୂଷଣ ପଣ୍ଡା, ପ୍ରଦୀପରଞ୍ଜନ ବୋଷ, ପର୍ଶୁରାମ ସ୍ୱାଇଁ, ସମାଜସେବୀ ବେଣୁଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଇନ୍ଦୁପୁର ହାଇସ୍କୁଲର ଛାତ୍ରୀ ସାଇକ୍ରୀଷ୍ଣା ଜେନା, କେନ୍ଦ୍ରାପଡା ସହରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ର ଛାତ୍ର ମହେଶ ଭୂୟାଁ ଶିକ୍ଷାଦାନ ଶେଷରେ ଶିକ୍ଷକମଣ୍ଡଳୀମାନଙ୍କୁ କୃତଜ୍ଞତା ଜଣାଇବା ସହ ଆଜିର ମନମୁଗ୍ଧକର ଶିକ୍ଷାଦାନ ଆମ୍ଭମାନଙ୍କ ପାଇଁ ପରୀକ୍ଷାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ପ୍ରଫୁଲ୍ଲ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ