‘ଇନ୍ଦ୍ରଧନୁ’ ପକ୍ଷରୁ କୁମାର ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱରର ଅନ୍ୟତମ ସାଂସ୍କୃତିକ ସଂଗଠନ ‘ଇନ୍ଦ୍ରଧନୁ’ ପକ୍ଷରୁ କୁମାର ଉତ୍ସବ ସହରର ନୃତ୍ୟ ସଙ୍ଗୀତ କଳା ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଇଂ. ପ୍ରଶାନ୍ତ ଦତ୍ତ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ସମାଜସେବୀ ସୁବାସିନୀ ଜେନା ଓ ନୃତ୍ୟ ସଙ୍ଗୀତ କଳା ମନ୍ଦିର ସମ୍ପାଦକ ଶରତ ଚନ୍ଦ୍ର ଦାଶ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳୀୟ ସଂସ୍କୃତି ଉଜ୍ଜୀବିତ ପାଇଁ ଇନ୍ଦ୍ରଧନୁ ଅନୁଷ୍ଠାନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ‘କୁମାର ଉତ୍ସବ’ ପାଳନର ଆଭିମୁଖ୍ୟ ସମ୍ପର୍କରେ ଅତିଥିମାନେ ଆଲୋକପାତ ସହ କୋଭିଡ କଟକଣା ହଟିବା ପରେ ଆସନ୍ତା ବର୍ଷଠାରୁ ଏହି କାର୍ଯ୍ୟକ୍ରମ ଧୁମଧାମରେ ପାଳିବାକୁ ସେମାନେ ପ୍ରରାମର୍ଶ ଦେଇଥିଲେ । ‘ଇନ୍ଦ୍ରଧନୁ’ର ସମ୍ପାଦକ ବ୍ରହ୍ମନାଥ ରଥ ପାକ ସୂଚନା ଦେଇଥିବା ବେଳେ ଲକ୍ଷ୍ମୀ ଘୋଷ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ନୃତ୍ୟ ସଙ୍ଗୀତ କଳାମନ୍ଦିରର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ କୁମାର ପୂର୍ଣ୍ଣିମା ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ୨୫ଜଣ ଛାତ୍ରୀ କୁମାର ପୂର୍ଣ୍ଣମୀ ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଭାସ୍କର ଖିଲାର, ଭୂବନମୋହନ ପ୍ରଧାନ, ନନ୍ଦକିଶୋର ଦାସ, ପ୍ରଭାକର ଜେନା, ମନୋରଞ୍ଜନ ପଣ୍ଡା, ଭର୍ମିଳା ସାହୁ ପ୍ରମୁଖ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପୁରାତନ ଛାତ୍ରୀ ସୁଶ୍ରୀ ବେହେରା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।