ଇନ୍ଦ୍ରାବତି ହାଇସ୍କୁଲରେ ଜଳଛତ୍ର ବଣ୍ଟନ

କଳାହାଣ୍ଡି (ଯୁଗାବ୍ଦ ନ୍ୟୁଜ)-ଜଳଦାନ ମହାପୁଣ୍ୟ ଏହି ବାର୍ତ୍ତାନେଇ କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତି ହାଇସ୍କୁ ଲର ଛାତ୍ରଛାତ୍ରୀମାନେ ପଥଚାରୀଙ୍କୁ ଜଳ ପ୍ରଦାନ କରି ସେମାନଙ୍କର ତୃଷ୍ଣା ମେଣ୍ଟାଉଛନ୍ତି । କଳାହାଣ୍ଡି ଜିଳ୍ଳାରେ ପ୍ରଚଣ୍ଡ ରୈାଦ୍ର‌୍ୟତାପ ଜାରିରଖିଥିବା ବେଳେ ପାରଦ ୪୩ ଡିଗ୍ରି ରେ ପହଞ୍ଚିଛି । ମଣିଷ ଠାରୁ ପଶୁ ପକ୍ଷୀ ସମସ୍ତେ ଅସହ୍ୟ ଖରା ରେ ଦହଗଞ୍ଜ ହେଉଥିବା ବେଳେ କୋକସରା ବ୍ଳକ ଡଙ୍ଗରିଗୁଡା ଇନ୍ଦ୍ରାବତି ହାଇସ୍କୁଲର ସ୍କାଉଟ ଛାତ୍ରଛାତ୍ରୀ ମାନେ ଜଳଛତ୍ର ଖୋଲି ପଥଚାରି ଓ ଯାତ୍ରି ମାନଙ୍କୁ ଥଣ୍ଡା ପାନିୟଜଳ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି। ଇନ୍ଦ୍ରାବତି ହାଇସ୍କୁଲ ପ୍ରଧାନଶିକ୍ଷକ ଓ ସ୍କାଉଟ ପ୍ରଶିକ୍ଷକ ଙ୍କ ତତ୍ତ୍ବାବଧାନରେ ଜଳଛତ୍ର ଖୋଳାଯାଇଥିବା ବେଳେ ସ୍କାଉଟ ଛାତ୍ର ମାନଙ୍କ ଏହି କାର‌୍ୟ୍ୟ କୁ ସ୍ଥାନୀୟ ଲୋକମାନେ ପ୍ରଶଂଶା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ