ଇନ୍ଦ୍ରାବତୀରୁ ବିଜୁଲି ପାଇଲେ କଳାହାଣ୍ଡି ବାସୀ

କଳାହାଣ୍ଡି,(ୱାଇଏନ୍ଏସ୍): ଆଜି ପବିତ୍ର ଗାନ୍ଧୀ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ଲାଇଫ ଲାଇନ କୁହା ଯାଉଥିବା ବହୁମୂଖୀ ଇନ୍ଦ୍ରାବତୀ ପ୍ରକଳ୍ପରୁ ୧୯୯୯ ରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଥିବା ବେଳେ ଦୀର୍ଘ ୨୦ ବର୍ଷ ପରେ ଆଜି ଜିଲ୍ଲା ବାସିଙ୍କ ଦୀର୍ଘ ଦିନର ସ୍ୱପ୍ନ ବାସ୍ତବତା ର ରୁପ ପାଇଛି କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ର ବାନେର ୨୨୦ ଗ୍ରିଡ କୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସ ମାଧ୍ୟମ ରେ ଲୋକାର୍ପଣ କରିଛନ୍ତି | ଏହି ଅବସରରେ ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଲାଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିସାରି ଧର୍ମଗଡ଼ ବିଧାୟକ ମୌଷଧି ବାଗ କଳାହାଣ୍ଡି ଜିଲ୍ଲାପାଳ ଡ଼.ଗାଭଳି ପରାଗ ହର୍ଷଦ ଏସ ପି କଳାହାଣ୍ଡି ବାତୁଲା ଗଙ୍ଗାଧର ସମେତ ଓ ଏଚ.ପି.ସି ର ବରିଷ୍ଠ ଅଧିକାରୀଙ୍କ ଗହଣ ରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସ ଯୋଗେ ଉଦଘାଟନ କରିଛନ୍ତି | କଳାହାଣ୍ଡି ବାସୀଙ୍କ ବହୁ ପ୍ରତିକ୍ଷିତ ଦାବି ପୂରଣ ହୋଇଥିବା ନେଇ ଜିଲ୍ଲା ବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି ବାନେର ୨୨୦ ଗ୍ରୀଡ଼ ରୁ କୋକସରା ବ୍ଲକ ଲଡ଼ୁଗାଁ ବଡ଼କୁଟୁରୁ କୁ ପ୍ରଥମ ପର୍ଯ୍ୟାୟରେ ସଂଯୋଗ କରାଯିବ ପରେ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ କରାଯିବା ନେଇ ସୁଚନା ମିଲିଛି କଳାହାଣ୍ଡି ବାସିଙ୍କ ବହୁ ଦିନରୁ ପ୍ରତିକ୍ଷିତ ଦାବି ଆଜି ରାଜ୍ୟ ବିଜେଡି ସରକାର ପୁରଣ କରିଥିବାରୁ ଜିଲ୍ଲା ବାସି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ