ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳରେ ଶୀତ ବସ୍ତ୍ର ବଣ୍ଟନ
ଥୁଆମୂଳ ରାମପୁର,(ରଥ ଦୁରିଆ): କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଦୁର୍ଗମ ଇନ୍ଦ୍ରାବତୀ ଜଳବନ୍ଦୀ ପୋଡାପଦର ଅଞ୍ଚଳରେ ଅସହାୟ ତଥା ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି। ପ୍ରଫେସର ଭୁବନେଶ୍ବର ମେମୋରିଆଲ ୟୁଥ ଅର୍ଗାନାଇଜେ ସନ ଆନୁକୂଲ୍ୟରେ “ଅମୃତ ମାତୃ ପିତୃ ସେବା “କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଅନୁଷ୍ଠିତ ହୋଇଥଲା।ଯେଉଁଥିରେ ପ୍ରଗତି ଶିକ୍ଷାନୁଷ୍ଠାନ ଭବାନୀପାଟଣା ଏବଂ ଇନ୍ଦ୍ରାବତୀ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ମିନଗୁରର ସହଯୋଗରେ ଅଞ୍ଚଳର ଶତାଧିକ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ବଣ୍ଟନ କରାଯାଇଛି।ଏଥିସହିତ ନୂଆଦିଲ୍ଲୀର ସୁନିଲ ସୁରାନା, ଆକାଶ ସୁରାନା ଜୁନାଗଡର ଅତୁଲ ଅଗ୍ରବାଲ୍ ,ଯୋଗେସ୍ ଖେମକା ଏବଂ ଭବାନୀପାଟଣାର ଅଜୟ ପଣ୍ଡା ପ୍ରମୁଖ ବିଶିଷ୍ଟ ବଦାନ୍ୟ ବ୍ୟକ୍ତିଙ୍କ ଆନ୍ତରିକ ସହଯୋଗ ରହିଥିଲା।
ଆୟୋଜକ ସଂଗଠନର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଅବିନାଶ ମୁଣ୍ଡଙ୍କ ତତ୍ତ୍ଵାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂଚାର ବିଭାଗର କ୍ଷେତ୍ର ପ୍ରଚାର ଅଧିକାରୀ ଶ୍ରୀଯୁକ୍ତ ଖଗେସ ବାଇପାଇ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବାବେଳେ ବିଶିଷ୍ଟ ସମାଜସେବୀ ଚିନ୍ମୟ ବେହେରା, ମାଣିକ୍ୟ ଚନ୍ଦ୍ର ନାଏକ ଉପସ୍ଥିତ ରହି ବଣ୍ଟନ କରିଥିଲେ।ଗଣେଶ୍ବର ନାଏକ,କୃଷ୍ଣଚନ୍ଦ୍ର ନାଏକ, ସାମ୍ବାଦିକ ପ୍ରଦୀପ କୁମାର ପଣ୍ଡା ସାମ୍ବାଦିକ କୈଳାସ ଚନ୍ଦ୍ର ଛତ୍ରିଆ ସମାଜସେବୀ ତ୍ରିନାଥ ନାଏକ, ସ୍ଥାନୀୟ ସରପଞ୍ଚ ରାଇସିଂ ମାଝୀ, ଯୁବ ସମାଜସେବୀ ଡମ୍ବରୁଧର ନାଏକ,ଶିବ ନାଏକ ଏବଂ ରାମ ବିଶୋଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ଜଳବନ୍ଦୀ ଅଞ୍ଚଳ ପୋଡାପଦର ପଞ୍ଚାୟତର କାରବାଡି, ତେନ୍ତୁଳିପଦର, ଭିତର ଡୁଙ୍ଗା,ପୋଡାପଦର, ଲିଟିମସ୍କା,ଭୁରଭୁରି ଟେମେରା ,ଝିରିଗାଁ,ଗୁଞ୍ଜମାଳି ,ସରାପାସ,କେ.ଚେପଟାଘାଟ, ଘୁଟୃଖାଲ,ତଳ ଟେମରା, ଉପର ଟେମରା ଗାଁର ପ୍ରାୟ ୭୦୦ ବୃଦ୍ଧ ବୃଦ୍ଧା ଏବଂ ଅସହାୟ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା।ଆୟୋଜକ ସଂସ୍ଥାର ଏଭଳି ମହତ୍ କାର୍ଯ୍ୟକୁ ଧନ୍ୟବାଦ ଦେବା ସହିତ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି।