ଇନ୍ଦ୍ରାବତୀ ଠାରୁ ବିଶାଖାପାଟଣା ବସ ଚଳାଚଳ ପାଇଁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ
ନବରଙ୍ଗପୁର,(ୱା ଏନ ଏସ):ଇନ୍ଦ୍ରାବତୀ ଠାରୁ ବିଶାଖାପାଟଣା ବସ ଚଳାଚଳ କୁ ନେଇ ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଚରାମୁଳା ଗ୍ରାମ ବାସୀଙ୍କ ତରଫରୁ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଚରାମୁଳା ଗ୍ରାମରେ ତେଲୁଗୁ ସମ୍ପ୍ରଦାୟ ପ୍ରାୟ ସତୁରି ପ୍ରତିଶତ ବସବାସ କରୁଥିବା ବେଳେ ଖାତିଗୁଡା, ଗୌଡ଼ଗୁଡା, ତେନ୍ତୁଳୀଖୁଣ୍ଟି, ପୂଜାରୀଗୁଡା, ନରସିଂହ ଗୁଡା, ଭଳି ବହୁ ଗ୍ରାମରେ ଶତାଧିକ ତେଲୁଗୁ ସମ୍ପ୍ରଦାୟ ବସବାସ କରୁଛନ୍ତି । ସେମାନଙ୍କ ପାରିବାରିକ ସମ୍ପର୍କ ଆନ୍ଧ୍ରପ୍ରଦେଶ ସହ ଜଡିତ । ସେଭଳି ରୋଗୀମାନେ ଉଚ୍ଚ ଚିକିତ୍ସା ପାଇଁ ବିଶାଖାପାଟଣା ଉପରେ ନିର୍ଭରଶୀଳ ଥିବାବେଳେ ବ୍ୟବସାୟ ସମ୍ପର୍କିତ କାର୍ଯ୍ୟ ପାଇଁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଉପରେ ଅନେକ ନିର୍ଭର କରୁଛନ୍ତି । ଏଥିପାଇଁ ନବରଙ୍ଗପୁର ରୁ ବସ ପାର୍ଯ୍ୟାପ୍ତ ନାହିଁ ତେଣୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେଵାକୁ ପଡୁଛି ପୂର୍ବରୁ ଆନ୍ଧ୍ର ସରକାର ଙ୍କ ଏହା ବସ ଇନ୍ଦ୍ରାବତୀ ପର୍ଯ୍ୟନ୍ତ ଆସୁଥିବା ବେଳେ ବର୍ତ୍ତମାନ ତାହା ଦୀର୍ଘଦିନ ହେଲା ବନ୍ଦ ରହିଛି । ଓଡିଶା ପରିବହନ ପକ୍ଷରୁ ଇନ୍ଦ୍ରାବତୀ ବିଶାଖାପାଟଣା ବସ ର ପରମିଟ ଥାଇ ମଧ୍ୟ ଇନ୍ଦ୍ରାବତୀ ନ ଯାଇ ନବରଙ୍ଗପୁର ରେ ରହିଯାଉଛି । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଆଜି ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ । ଏ ନେଇ ବିଧାୟକ ଗୌରୀ ଶଙ୍କର ମାଝୀ ଆନ୍ଧ୍ରପ୍ରଦେଶ କୁ ବସ୍ ଚଳାଚଳ ପାଇଁ ପରିବହନ ମନ୍ତ୍ରୀ ଙ୍କ ସହ ଆଲୋଚନା କରି ତୁରନ୍ତ ସମସ୍ୟା ର ସମାଧାନ କରାଇବି ବୋଲି ପ୍ରତିଶୃତି ଦେଇଛନ୍ତି ।