ଇନ୍ଦ୍ରାବତୀ ଦକ୍ଷିଣ କେନାଲଡିଭିଜନ -୨ରେ କେପେକ୍ସ ଫଣ୍ଡରେ ବ୍ୟାପକ ହରିଲୁଟ ଅଭିଯୋଗ ଭିଜିଲାନ୍ସ ତଦନ୍ତ ଦାବି

କଳାହାଣ୍ଡି, (ଚିତ୍ତରଞ୍ଜନ ବିଷି): ସରକାର ବଦଳିବା ପରେ କେବଳ ରଙ୍ଗ ବଦଳିଛି ସିନା ବ୍ୟବସ୍ଥା ବଦଳି ନାହିଁ । ଯାହା ଯେମିତି ଚାଲୁଥିଲା ସେମିତି ଚାଲୁଛି । ପୂର୍ବ ସରକାର ଅମଳରେ ଯେଉଁମାନେ ସରକାରୀ ସଂରକ୍ଷଣରେ ରହି ଦୁର୍ନୀତି କରୁଥିଲେ ମୋହନ ସରକାର ସମୟରେ ମଧ୍ୟ ସେମାନେ ହିଁ ସବୁକିଛି ନିୟନ୍ତ୍ରଣ କରୁଛନ୍ତି । ଇନ୍ଦ୍ରାବତୀର ବିଭିନ୍ନ ଡିଭିଜନରେ ହୋଇଥିବା କାମ ତା’ର ଏକ ଉଦାହରଣ । ଗତବର୍ଷ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଇନ୍ଦ୍ରାବତୀ କେନାଲ ଡିଭିଜନରେ ପ୍ରାୟ ୧୦ କୋଟି ଟଙ୍କାର ଠିକା କାମ ଦୁର୍ନୀତି ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ନିର୍ବାଚନ ସରିଲା ସରକାର ବଦଳିଲା । ପ୍ରକାଶିତ ଖବରକୁ ନେଇ କିଛି ଦିନ ହୋହଲ୍ଲା ହେଲା । ପରେ ସବୁ ଶାନ୍ତି, ବର୍ଷକ ପରେ ଇନ୍ଦ୍ରାବତୀ କେନାଲ ଡିଭିଜନ ସେଇ ସମାନ କାରଣ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛି, ଜୁନାଗଡ଼ ରାଇଟ କେନାଲ ଡିଭିଜନ -୨ରେ କେପେକ୍ସ ଫଣ୍ଡରେ ବ୍ୟାପକ ହରିଲୁଟ ହୋଇଛି, ଏହି ଯୋଜନାରେ ମିଳିଥିବା ୩କୋଟି ୫୦ ଲକ୍ଷ ଟଙ୍କା ବିନା କାମରେ ବିଲ ହୋଇଥିବା ଅଭିଯୋଗ ହୋଇଛି, ଏହି ଅର୍ଥ ସାଧାରଣତଃ କେନାଲ ସର୍ଭିସ୍ ରୋଡ଼ ନିର୍ମାଣ ଓ ମରାମତି ପାଇଁ ଖର୍ଚ୍ଚ ହୋଇଥାଏ, ଆବଶ୍ୟକ ସ୍ଥଳେ ଗାଡଓବାଲ ନିର୍ମାଣ ହୋଇପାରିବ, ନିଯମ ରହିଛି ୫ଲକ୍ଷରୁ ଅଧିକ ହେଲେ ଟେଣ୍ଡର ହୋଇଥାଏ, ଟେଣ୍ଡର ହୋଇଥିଲେ ପ୍ରାୟ ୫୫-୫୭ଲକ୍ଷ ଟଙ୍କା ସରକାର ରାଜସ୍ୱ ପାଇଥାନ୍ତେ, ବିଭାଗୀୟ ଅଧୂକାରୀମାନେ କିନ୍ତୁ ତାହା ନକରି ସମସ୍ତ କାମକୁ କେ(୨) ଜରିଆରେ ଏକ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଦେଇଥ‌ିବା ଚର୍ଚ୍ଚା ହେଉଛି। ଅର୍ଥାତ ଛୋଟ ଛୋଟ ଖଣ୍ଡ କରି ୬୮ଟି ଏଗ୍ରିମେଣ୍ଟ କରି ବାବୁ ମାନଙ୍କ ଗେହ୍ଲା ସାଜିଥ‌ିବା ଜଣେ ଠିକାଦାରକୁ ଦିଆଯାଇଛି, ଗତ ବର୍ଷ ମଧ୍ୟ ଏହି ଠିକାଦାର ବାବୁ ଜଣକ କୁଆଡେ ସର୍ବାଧ‌ିକ ୪କୋଟି ଟଙ୍କାର କେ-୨ ଓ ଏଫ-୨ କାମ କରିଥିବା ଚର୍ଚ୍ଚା ହୋଇଥିଲା । ଏହି ଠିକାଦାର ବାବୁ
ଜଣକ ତାଙ୍କ ଅଧୀନରେ ୪/୫ଟି ଲାଇସେନ୍ସ ରଖୁଛନ୍ତି ଏବଂ ସେହି ଲାଇସେନ୍ସରେ ସେ ହିଁ ସମସ୍ତ କାମ କରନ୍ତି । ଗତ ଥର -୨୦୨୪ ମାର୍ଚ୍ଚରେ ସେହି ସବୁ ଲାଇସେନ୍ସ ଜରିଆରେ ୮୦ ଏବଂ ୨୦୨୫ ମାର୍ଚ୍ଚରେ ୬୮ଟି ଏଗ୍ରିମେଣ୍ଟ କରିଥିବା ଚର୍ଚ୍ଚା ହେଉଛି। ଠିକାଦାର ବାବୁ ଅଧିକାରୀମାନଙ୍କ ଏତେ ଗେହ୍ଲା ଯେ ପ୍ରତିବଷ କେବଳ ମାର୍ଚ୍ଚ ମାସରେ ଏମିତି ଏଫ -୨, କେ-୨ ରେ ଅନ୍ୟୁନ ୧୦କୋଟି ଟଙ୍କାର କାମ କରିଥାନ୍ତି । କେତେ ପ୍ରତିଶତ କାମ କରନ୍ତି ତାହା ତାଙ୍କୁ ଆଉ ଅଧିକାରୀଙ୍କୁ ଜଣା, ମାର୍ଚ୍ଚ ଶେଷ ବେଳକୁ କିନ୍ତୁ ବିଲ ପକେଟରେ ଭର୍ତ୍ତି। କୌଣସି ପରିସ୍ଥିତିରେ ବିଲ ଅଟକିବ ନାହିଁ । ଅଧୂକାରୀ ଯେତେବେଳେ ପ୍ରସନ୍ନ ତଳିଆ କର୍ମଚାରୀଙ୍କ କାତ କେତେ ଯେ କାମ ତଦାରଖ କରିବ ବି ବିଲ ଅଟକେଇବ? ତେବେ ଏସମ୍ପର୍କରେ ଜୁନାଗଡ଼ ଦକ୍ଷିଣ କେନାଲ ଡିଭିଜନ -୨ର ଅଧକ୍ଷଣ ଯନ୍ତ୍ରୀ ଚିନ୍ତାମଣି ଜାଲଙ୍କୁ ପଚାରିବାରୁ ମୁଁ ମିଟିଂରେ ଅଛି କହି ଫୋନ କାଟିଦେଇଥିଲେ, ଏହି ଦୁର୍ନୀତି ର ତଦନ୍ତ ପାଇଁ ସାଧାରଣ ରେ ଜିଲ୍ଲାପାଳ ଓ ଭିଜିଲାନ୍ସ ର ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ