ଇନ୍ଷ୍ଟାଗ୍ରାମରେ ବିକ୍ରି ହେଉଛି ମଣିଷ ଅସ୍ଥି ଓ ଖପୁରି

ବ୍ରିଟେନରେ ମଣିଷ ଅସ୍ଥି ଓ ଖପୁରି ବିକ୍ରି ହେଉଛି । ଆଶ୍ଚର୍ଯ୍ୟର କଥା ଲୋକମାନେ ବି ଏହାକୁ କିଣୁଛନ୍ତି । ମେଡିକାଲ ସାଇନ୍ସ ଓ ଗବେଷଣା ଲାଗି ଅସ୍ଥି ଓ ଖପୁରି ବେଶି କିଣାଯାଉଛିି । ଜୀବ ବିଜ୍ଞାନୀ ଓ ବିଦ୍ୟାର୍ଥୀମାନେ ବି ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଇଂଲଣ୍ଡରେ ମଣିଷ ଖପୁରି ଓ ଅସ୍ଥି ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ନଥିବାରୁ ଏଭଳି ବିକ୍ରି କରାଯାଉଛି । ବିକ୍ରି ପ୍ରକ୍ରିୟାରେ କ୍ରେତା ବିକ୍ରେତାଙ୍କୁ ମେସେଜ କରନ୍ତି । ଏହାପରେ ମୂଲ୍ୟ ନିର୍ଦ୍ଧାରଣ ହୁଏ ଓ ଏହା ମଧ୍ୟରେ ଶପିଂ, ପ୍ୟାକେଜିଂ ଚାର୍ଜ ବି ସାମିଲ କରାଯାଏ । ୨୦୧୭ ମସିହାରେ ଷ୍ଟକ୍ହାମ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଏ ଯେ, ଇଂଲଣ୍ଡରେ ଏହିି ବ୍ୟବସାୟର ମାର୍କେଟ ୪୬,୦୦୦ ପାଉଣ୍ଡ (ଭାରତୀୟ ମୁଦ୍ରାରେ ୪୦ ଲକ୍ଷ ଟଙ୍କା) । ଏହା ବି ପ୍ରତିବର୍ଷ ବଢୁଛି । କେତେକ ଗବେଷକ ଦାବି କରନ୍ତି, ବିଗତ ଦୁଇ ବର୍ଷ ମଧ୍ୟରେ ଏହି କାରବାର ବୃଦ୍ଧିପାଇ ୭୦ ଲକ୍ଷ ଟଙ୍କାରେ ପହଞ୍ôଚଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ