ଇପିଏଫ୍ ପେନସନର୍ସ ଆସୋସିଏସନ, କେନ୍ଦୁଝର ଜିଲା ଶାଖା ପକ୍ଷରୁ ଦାବୀ ଦିବସ ଓ ଧାରଣା
କେନ୍ଦୁଝର, (ପୂର୍ଣ୍ଣ ଚନ୍ଦ୍ର ମହାନ୍ତ):ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନ ଆହ୍ବାନରେ ଏହାର କେନ୍ଦୁଝର ଜିଲା ଶାଖା ପକ୍ଷରୁ ୪ ଦଫା ଦାବୀ ବାବଦରେ କେନ୍ଦୁଝରଠାରେ ଥିବା ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପେନ୍ସନଭୋଗୀ ବରିଷ୍ଟ ନାଗରିକମାନେ ଧାରଣାରେ ବସିଥିଲେ। ଏହି ଉପଲକ୍ଷେ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ଇପିଏଫ ପେନ୍ସନ ଭୋଗୀ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଦିନ ଘ୧୧.୦୦ଟିକା ଠାରୁ ଅପରାହ୍ନ ଘ୦୧.୦୦ଟିକା ଯାଏ ଧାରଣାରେ ବସିବା ସହ ବିଭିନ୍ନ ଦାବୀ ସମ୍ବଳିତ ସ୍ଲୋଗାନ୍ ଦେଇଥିଲେ। କେନ୍ଦୁଝର ଜିଲା ଉପସଭାପତି ଶ୍ୟାମସୁନ୍ଦର ନାଏକଙ୍କ ଅଧ୍ୟକ୍ଷ୍ୟତାରେ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଆସୋସିଏସନର ଜିଲା୨ ସମ୍ପାଦକ ରମେଶ ଚନ୍ଦ୍ର ଘଡ଼େଇ, , ପ୍ରମୋଦ କୁମାର ସ୍ବାଇଁ, ମାନଗୋବିନ୍ଦ ମଲ୍ଲିକ, ପ୍ରଫୁଲ୍ଲ କୁମାର ମିଶ୍ର, ଦୟାନିଧି ସିଂ, ପ୍ରଫୁଲ୍ଲ କୁମାର ବାରିକ,ଲୋକନାଥ ସାହୁ, ଅକୃର ଚରଣ ସେଠି, କାଳି ଚରଣ ସିଂହ, ଲମ୍ବୋଦର ରାଉତ, ରାଧାକୃଷ୍ଣ ରାଉତରାୟ, ରଣଜିତ କୁମାର ସିଂହ, ବାବଜୀ ଚରଣ ମହାନ୍ତ, ମଧୁସୁଦନ ଦାସ, ବ୍ରହ୍ମାନନ୍ଦ ରାଉତ, ଜଗନ୍ନାଥ ଦେହୁରୀ, ତାରାପଦ ଜେନା, ପ୍ରେମଚନ୍ଦ ଜେନା,ସନ୍ତୋଷ କୁମାର କର,ଗ୍ୟାନ ରଞ୍ଜନ ଦାଶ, ସ୍ବାଭିମାନ ମିଶ୍ର, ବ୍ରହ୍ମାନନ୍ଦ ନାୟକ, ସନ୍ତୋଷ କୁମାର ବେହେରା, ଲିପିକା ରାଉତ ଓ ଶ୍ରୀମତୀ ଅଳକା ବାରିକ ପ୍ରମୁଖ ଅନେକ ପେନ୍ସନ ଭୋଗୀ ଯୋଗ ଦେଇ ଇପିଏଫ ପେନ୍ସନଭୋଗୀ ମାନଙ୍କର ବହୁବିଧ ସମସ୍ୟା ତଥା ସେ ସବୁର ସମାଧାନ ଦିଗରେ କେନ୍ଦ୍ର ସରକାରଙ୍କ ଚରମ ଉଦାସିନତା ବାବଦରେ ଆଲୋକପାତ କରିଥିଲେ। କେନ୍ଦ୍ର ସରକାର ଏ ସବୁ ସମସ୍ୟାର ତୁରନ୍ତ ସମଧାନ ନକଲେ ଆଗମୀ ଦିନରେ ରାଜ୍ୟରେ ଥିବା ପ୍ରାୟ ଦୁଇ ଲକ୍ଷ୍ୟରୁ ଊର୍ଦ୍ଧ୍ବ ଓ ସମଗ୍ର ଦେଶର ୮୦ ଲକ୍ଷରୁ ଅଧିକ ପେନ୍ସନଭୋଗୀ ବରିଷ୍ଠ ନାଗରିକ ଓ ସେମାନଙ୍କ ପରିବାର ମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟହେବେ ବୋଲି ବକ୍ତାମାନେ ଚେତାବନି ଦେଇଥିଲେ। ସର୍ବନିମ୍ନ ମାସିକ ପେନ୍ସନ ଟ.୯୦୦୦.୦୦ (ନଅ ହଜାର ଟଙ୍କା) ଧାର୍ଯ୍ୟ କରିବା ସହିତ ମହଙ୍ଗା ଭାଭା ପ୍ରଦାନ କରିବା, ମାନ୍ୟବର ସୁପ୍ରିମ୍କୋର୍ଟଙ୍କତା୦୪.୧୧.୨୦୨୨ରିଖ ନିର୍ଦ୍ଦେଶ ଆଧାରରେ ବର୍ଷୀତ ପେନ୍ସନ ଏବଂ ସମସ୍ତ ଇପିଏଫ୍ ପେନ୍ସନ ଭୋଗୀଙ୍କୁ ସରକାରୀ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ ଦାବୀର ସମାଧାନ ପାଇଂ ପେନ୍ସନଭୋଗୀ ମାନଙ୍କର ଆଜିର ଧାରଣା ଅନୁଷ୍ଠିତ ହୋଇଥିଲା। ଆସନ୍ତା ଡିସେମ୍ବର ୧୮ ତାରିଖରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ହେବାକୁ ଥିବା ଦିନିକିଆ ସର୍ବଭାରତୀୟ ଆନ୍ଦୋଳନରେ ଜିଲା ସହିତ ରାଜ୍ୟରୁ ଅନେକ ପେନ୍ସନଭୋଗୀ ଯୋଗ ଦେବାର ପ୍ରସ୍ତାବ ରହିଅଛି। ଶେଷରେ ଉପସଭାପତି ଶ୍ୟାମସୁନ୍ଦର ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ।