ଇପିଏଫ୍ ପେନସନ୍‌ଭୋଗୀଙ୍କ ଦାବି ଦିବସରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ

ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ସରକାରୀ ଉଦ୍ୟୋଗ, ସମବାୟ ବ୍ୟାଙ୍କ ଏବଂ ବହୁ ଘରୋଇ ଶିଳ୍ପ ଓ ବ୍ୟବସାୟ ସଂସ୍ଥାରେ କାର୍ଯ୍ୟ କରି ଚାକିରିରୁ ଅବସର ନେଇଥିବା ଶତାଧିକ ଇପିଏଫ୍ ପେନସନ୍‌ଭୋଗୀ ବରିଷ୍ଠ ନାଗରିକମାନେ ଶନିବାର ଦିନ ସହଦେବଖୁଣ୍ଟା ଥାନା ସମ୍ମୁଖରୁ କଚେରୀ ଫାଟକ ପର୍ଯ୍ୟନ୍ତ ମାନବ ଶୃଙ୍ଖଳ ପ୍ରଦର୍ଶନ କରି ପ୍ରବଳ ସୂର୍ଯ୍ୟତାପରେ ଦଣ୍ଡାୟମାନ ହୋଇଥିଲେ । ମଧ୍ୟାହ୍ନ ୧୨ଟାରେ ଜିଲ୍ଲାପାଳଙ୍କ ଜରିଆରେ ଏହି ବରିଷ୍ଠ ନାଗରିକମାନେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ମାସିକ ସର୍ବନିମ୍ନ ୯ ହଜାର ଟଙ୍କା ପେନସନ୍‌, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଉଚ୍ଚବେତନ ପାଇଥିବା କର୍ମଚାରୀଙ୍କୁ ଆନୁପାତିକ ହାରରେ ଅଧିକ ପେନସନ୍‌, ମହଙ୍ଗାଭତ୍ତା ଓ ଇପିଏଫ୍ ପେନସନ୍‌ଭୋଗୀଙ୍କୁ ସରକାରୀ ସ୍ୱାସ୍ଥ୍ୟବୀମା ପ୍ରଦାନ ପାଇଁ ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ ଆହ୍ୱାନରେ ବାଲେଶ୍ୱର ଦାବି ଦିବସ ପାଳନ ଅବସରରେ ଏହି ବରିଷ୍ଠ ନାଗରିକମାନେ ଏକ ଅଭିନବ ଉପାୟରେ କେନ୍ଦ୍ର ସରକାରଙ୍କ ଅବହେଳାର ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ବର୍ଷ କାର୍ଯ୍ୟକାରୀ ଅବସର ନେବା ପରେ ବହୁ କର୍ମଚାରୀ ମାସିକ ୭ଶହ କିମ୍ବା ୮ଶହ ଟଙ୍କା ପେନସନ୍ ପାଉଥିବାର ସେମାନେ ଅଭିଯୋଗ କରିଥିଲେ । ଆକାଶଛୁଆଁ ଦରଦାମ୍ ବୃଦ୍ଧି ହେଉଥିଲେ ମଧ୍ୟ ଏମାନଙ୍କୁ ମହଙ୍ଗାଭତ୍ତା ପ୍ରଦାନ କରାଯାଏ ନାହିଁ ।କେନ୍ଦ୍ର ସରକାର ଦେଶର ପ୍ରାୟ ୭୮ ଲକ୍ଷ ଇପିଏଫ୍ ପେନସନ୍‌ଭୋଗୀଙ୍କ ଦାବିପ୍ରତି କର୍ଣ୍ଣପାତ କରୁ ନଥିବାରୁ ଆସନ୍ତା ଡିସେମ୍ବର ୧୮ ତାରିଖ ଦିନ ନୂଆଦିଲ୍ଲୀସ୍ଥିତ ଜନ୍ତରମନ୍ତର ମଇଦାନରେ ଲକ୍ଷାଧିକ ଇପିଏଫ୍ ପେନସନ୍‌ଭୋଗୀଙ୍କ ସମାବେଶରେ ବାଲେଶ୍ୱରରୁ ସାଥିମାନେ ଯୋଗଦେବାକୁ ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖ ସମାବେଶରେ ରାଜ୍ୟ କମିଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂସ୍ଥାପକ୍ଷରୁ ଜଳଧର ପଣ୍ଡା, ପରମେଶ୍ୱର ପାତ୍ର, ଶ୍ୟାମସୁନ୍ଦର ଜେନା, ପରମେଶ୍ୱର ପାତ୍ର, ଶରତ ଚନ୍ଦ୍ର ଦଳାଇ, ହରିଶ୍ଚନ୍ଦ୍ର ସାହୁ, ରତ୍ନାକର ପଣ୍ଡା, ଲମ୍ବୋଦର ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ