ଇଫକୋ ପାରାଦୀପ ୟୁନିଟ୍‌କୁ ଫାଇ ଦ୍ୱାରା ଦୁଇଟି ମର୍ଜ୍ୟାଦାଜନକ ପୁରସ୍କାର

ପାରାଦୀପ, (ପୀତବାସ ପ୍ରଧାନ):ଶ୍ରେଷ୍ଟ ଉତ୍ପାଦକ ଓ ଶ୍ରେଷ୍ଟ ପରିବେଶ ସୁରକ୍ଷା ଦୁଇଟି କ୍ଷେତ୍ରରେ ଇଫକୋ ପାରାଦୀପ ୟୁନିଟ୍‌କୁ ଫର୍ଟିଲାଇଜର୍ ଆସୋସିଏସନ୍ ଅଫ ଇଣ୍ଡିଆ(ଫାଇ) ପକ୍ଷରୁ ଆୟୋଜିତ ବାର୍ଷିକ ସମାବେଶ-୨୦୨୨ରେ ପ୍ରଦାନ କରାଯାଇଛି । ଶ୍ରେଷ୍ଟ ଉତ୍ପାଦକ ବର୍ଗରେ ଇଫକୋର ନିର୍ଦ୍ଦେଶକ ତଥା ୟୁନିଟ୍ ହେଡ୍ କେ.ଜେ.ପଟେଲ କେନ୍ଦ୍ର ସାର ଓ ରସାୟନ ବିଭାଗ ମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କ ଠାରୁ ଗ୍ରହଣ କରିଛନ୍ତି । ବୁଧବାର ଦିନ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଫାଇର ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ ଏହି ମର୍ଜ୍ୟାଦାଜନକ ପୁରସ୍କାର ପ୍ରଦାନ କରିଥିଲେ । ଏହି ସମାରୋହରେ ଅନ୍ୟତମ ପୁରସ୍କାର ଶ୍ରେଷ୍ଟ ପରିବେଶ ସୁରକ୍ଷା ଶିଳ୍ପ ସଂସ୍ଥା ଭାବେ ଇଫକୋ ପାରାଦୀପ ୟୁନିଟ୍ କୁ ମିଳିଛି । ଇଫକୋ ପାରାଦୀପ ୟୁନିଟ୍‌ର ସାଧାରଣ ପ୍ରବନ୍ଧକ ଆର.କେ.ପାଣ୍ଡେ ଏହି ପୁରସ୍କାର ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିଙ୍କ ଉପସ୍ଥିତିରେ ଗ୍ରହଣ କରିଥିଲେ । ଭାରତ ସରକାରଙ୍କ ସାର ବିଭାଗର ସଚୀବ ଅରୁଣ ସିଙ୍ଘାଲ,ଫାଇ ର ଅଧ୍ୟକ୍ଷ କେ.ଏସ୍‌.ରାଜୁ ମଂଚରେ ଉପସ୍ଥିତ ଥିଲେ । ଇଫକୋ ପାରାଦିପ ୟୁନିଟ୍ ସବୁବେଳେ ନିଜର ସ୍ୱାତନ୍ତ୍ରତା ପ୍ରଦର୍ଶନ କରିଆସିଛି । କାରାଖାନା ପରିବେଶର ସୁରକ୍ଷା ତଥା ସାର ଉତ୍ପାଦନ କ୍ଷେତ୍ରରେ ଇଫକୋ ଶ୍ରେଷ୍ଟତ୍ୱ ପ୍ରତିପାଦିତ କରିଆସିଛି । କୋଭିଡ୍ ମହାମାରୀ ସମୟରେ ସାରର ଅଭାବୀ ଥିବା ସମୟରେ ଇଫକୋ କୃଷକମାନଙ୍କ ନିମନ୍ତେ ସାର ଉତ୍ପାଦନ କରି କୃଷକମାନଙ୍କ ସହିତ ରହିଆସିଛି । ଏହି ସମୟରେ ଆବଶ୍ୟକ ଅକ୍ସିଜେନ୍ ସମଗ୍ର ଦେଶକୁ ଯୋଗାଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହାର ପରିଚାଳନା ନିର୍ଦ୍ଦେଶକ ଦୂରଦୃଷ୍ଟି ସମ୍ପନ୍ନ ଡ. ଉଦୟ ଶଙ୍କର ଅଗସ୍ତିଙ୍କ ଦୃଢ ତଥା ପ୍ରଶାସନିକ ଦକ୍ଷତା, ଏବଂ ୬୦ ବର୍ଷର ନିଷ୍କାମ ସେବା ଯୋଗୁଁ ଇଫକୋ ସମଗ୍ର ବିଶ୍ୱରେ ବୃହତମ ସମବାୟ ସଂସ୍ଥା ଭାବେ ସୁନାମ ଅର୍ଜନ କରି ପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ