ଇଭିଏମରେ ଜବାବ ଦେବେ ଚାଷୀ
ସାଧାରଣ ନିର୍ବାଚନ ସମୟରେ କୃଷକ ଓ ସ୍ଥାନୀୟ ଲୋକେ ରାସ୍ତାରେ ଶୋଇ ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରିବେ। ଅହିଂସାତ୍ମକ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।
କୃଷି ସାମଗ୍ରୀର ଉଚିତ୍ ମୂଲ୍ୟ ପ୍ରଦାନ, ଚାଷୀଙ୍କୁ ସୁରକ୍ଷା ଓ ସମ୍ମାନ ଦାବି ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ବାରମ୍ବାର ଦାବି କରୁଥିଲେ ବି ସରକାର ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଶେଷରେ ଏଭଳି ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ନବନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ସ୍ୱାମୀନାଥନ୍ କମିଶନଙ୍କ ରିପୋର୍ଟକୁ ଲାଗୁ କରିବା ଦାବିରେ ଚାଷୀସମୂହ ବହୁବାର ଆନ୍ଦୋଳନ କରିଛନ୍ତି। ରାଜଧାନୀରେ ଏନେଇ ପ୍ରବଳ ବିରୋଧ ବି ହୋଇଛି। ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରି ନ ଥିବାରୁ ଏଭଳି ଚେତାବନୀ ଶୁଣାଇଛି ସଙ୍ଗଠନ।