ଇଭିଏମରେ ହୋଇଛି ଛେଡଛାଡ – ବିଜୟ ମହାପାତ୍ର
କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ): ସରିଛି ପାଟକୁରା ନର୍ବାଚନ । ଫଳାଫଳ ବାହାରିବା ପୁର୍ବରୁ ବିଜେପି ପାର୍ଥୀ ବିଜୟ ମହାପାତ୍ର ଆଣିଛନ୍ତି ଗୁରୁତର ଅଭିଯୋଗ ।ବିଜାଡି ନିର୍ବାଚନ ହାରିବା ଭୟରେ ଅସହିଷ୍ଣୁ ହୋଇପଡିଛି ସେଥିପାଇଁ ଇଭିଏମରେ ଦୁର୍ନିତୀ ହୋଇଛି ବୋଲି ସେ ବିଜେଡିକୁ ତେର୍ଛା ବାଣ ମାରିଛି । ସେ କହିଛନ୍ତି ନିର୍ବାଚନର ଫଳାଫଳ ସମ୍ପର୍କରେ ପତିପକ୍ଷ ଅବଗତ ଥିବାରୁ ଇଭିଏମର ସାହାର ନେଇଛନ୍ତି । ଏଥିପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳ୍ୟରେ ୧୦୦ଟି ଇଭିଏମ ପ୍ରସ୍ତୁତ ହୋଇ ରହିଥିଲା । ଏହି ଇଭିଏମ ଗୁଡିକ ମଧ୍ୟାହ୍ନ ୧୨ଟାରୁ ୨ଟା ମଧ୍ୟରେ ବାହାର କରି ବିଭିନ୍ନ ଅଞ୍ଚଳକୁ ପଠାଯାଇଥିଲା , ଏଥିପାଇଁ ସେକ୍ଟର ଅଫିସର ମାନଙ୍କୁ ସଜାଗ କରି ରଖାଯାଇଥିଲା । ଏହି ଗୁରୁତର ଅଭିଯୋଗ ସମ୍ପର୍କରେ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଏପରି ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହା ଅବାସ୍ଥବ ଓ ଅମୁଳକ ବୋଲି କହିଛନ୍ତି ।