ଇଭିଏମ୍ ପ୍ରଶିକ୍ଷଣ ଶିବିର

ଭାପୁର (ଯୁଗାଦ୍ଦ ନ୍ୟୁଜ): ଆଗାମୀ ସାଧାରଣ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ୍ରେ ମତଦାନ ସମ୍ପର୍କରେ ରବିବାର ଭାପୁର ବ୍ଲକ୍ ସଭାଗୃହରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଭାରପ୍ରାପ୍ତ ବିଡିଓ ଅନ୍ତର୍ଯ୍ୟାମୀ ଦାସ, ଜିପିଓ ତଥା ନିର୍ବାଚନ ଅଧିକାରୀ ଅବିନାଶ ପତି ନିର୍ବାଚନ ପରିଚାଳନା, ମତଦାନରେ ଇଭିଏମ୍ର କିପରି ବ୍ୟବହାର କରାଯିବ ସେନେଇ ଉପସ୍ଥିତ ଦଳୀୟ ନେତା ଓ ଲୋକପ୍ରତିନିଧିଙ୍କୁ ବୁଝାଇଥିଲେ । ଏଥର ଇଭିଏମ୍ ସହ ଭିଭିପାଟ୍ ଦ୍ୱାର ମତଦାନ ସାବ୍ୟସ୍ତ ସମ୍ପର୍କରେ ସ୍ୱତନ୍ତ୍ର ତାଲିମ ପ୍ରଦାନ କରିବାସହ କେଉଁମାନେ ମତଦାନ ପାଇଁ ଯୋଗ୍ୟ ସେ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଭିଭିପାଟ୍ ମାଧ୍ୟମରେ ମତଦାତା ତାଙ୍କ ମନ ପସନ୍ଦର ଚିହ୍ନକୁ ଦେଖିପାରିବେ ଏବଂ ମତଦାନ ସଠିକ୍ ଅଛି ବୋଲି ନିଶ୍ଚିତ ହୋଇପାରିବେ । ମତଦାନର ୭ ସେକେଣ୍ଡ ମଧ୍ୟରେ ମତଦାନର ଏକ ନକଲ ଭିଭିପାଟ୍ରେ ସଂରକ୍ଷିତ ହୋଇପାରିବ ଯାହାଫଳରେ ମେସିନ୍ରେ ତ୍ରୁଟି ହେଲେ ମଧ୍ୟ ଗଣତି ସଠିକ୍ ହୋଇପାରିବ । ଧଳା ଓ ପିଙ୍କ୍ ରଙ୍ଗର ଚିଟ୍ ଗ୍ରହଣ କରିବାପାରେ ମତଦାତା ପୃଥକ ପୃଥକ ଭାବେ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କୁ ମଦଦାନ ସାବ୍ୟସ୍ତ କରିବେ । ମତଦାନ ପାଇଁ ୨୨ଟି ମଧ୍ୟରେ ଗୋଟିଏ ପରିଚୟପତ୍ର ଥିବା ଆବଶ୍ୟକ ଏବଂ ପ୍ରକ୍ସି ଭୋଟି, ପୋଷ୍ଟାଲ ଭୋଟିଂ ସମ୍ପର୍କରେ ଏବିଡିଓ ଶ୍ରୀ ଦାସ ବିବରଣୀ ପ୍ରଦାନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଅବିନାଶ ପତି ଏବଂ ଭିଭିପାଟ୍ ମେସିନ୍ରେ ଉପସ୍ଥିତ ନେତୃମଣ୍ଡଳୀଙ୍କୁ ମତଦାନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ