ଇଭିଏମ୍/ଭିଭିପାଟ୍ର ବ୍ୟବହାର ଉପରେ ଅନୁଷ୍ଠିତ ସଚେତନତାର ସମୀକ୍ଷା

ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ୨୦୧୯ ସାଧାରଣ ନିର୍ବାଚନ ଅବସରରେ ଭିଭିପାଟ୍ର ଓ ଇଭିଏମର ବ୍ୟବହାର ଉପରେ ଏକ ସଚେତନତା କାର୍ଯ୍ୟକ୍ରମର ସମୀକ୍ଷା ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଲୋକମାନଙ୍କର ସଚେତନତା ପାଇଁ ଏହି ଅଭିଯାନ କରାଯାଇଥିଲା । ଗତ ଜାନୁଆରୀ ୭ ତାରିଖରୁ ଭିଭିଏମ/ଭିଭିପାଟ୍ ସଚେତନତା ରଥ ସମସ୍ତ ଗ୍ରାମ ଓ ବୁଥ୍ରେ ବୁଲି ବୁଲି ଭୋଟରମାନଙ୍କୁ ଭିଭିପାଟର ବ୍ୟବହାର ଉପରେ ସଚେତନତା କରାଇବା ସଙ୍ଗେ ସଙ୍ଗେ ଏଥିରେ ଭୋଟରମାନେ ମକ ପୋଲ୍ କରି ତାର କାର୍ଯ୍ୟକାରିତା ପ୍ରତ୍ୟକ୍ଷ ଭାବେ ଅବଗତ ହେବା ସୁଯୋଗ ସୃଷ୍ଟି କରାଯାଇଥିଲା । ପ୍ରତି ବିଧାନସଭା ନିର୍ବଚମ ମଣ୍ଡଳୀରେ ୭ଟି ଗାଡିରେ ୭ଟି ଦଳ ପ୍ରତିଦିନ ୪ଟି ଗ୍ରାମ ବା ବୁଥ୍ ବୁଲି ବୁଲି ଏହି ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଆମ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଫେବୃଆରୀ ୩ ତାରିଖରେ ଶେଷ ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଦ୍ୱିତୀୟଥର ପାଇଁ ଏହି ଇଭିଏମ/ଭିଭିପାଟ୍ ସଚେତନତା କାର୍ଯ୍ୟକ୍ରମ ମାର୍ଚ୍ଚ ୬ ତାରିଖରୁ ମଆରମ୍ଭ ହେଉଅଛି । ପୂର୍ବପରି ଏଥର ମଧ୍ୟ ୭ଟି ଦଳ ଗୋଟିଏ ଦଳରେ ୫ଜଣ ଲେଖାଏଁ ତାଲିମପ୍ରାପ୍ତ କର୍ମଚାରୀ ୭ଟି ଗାଡିରେ ପ୍ରତି ଗ୍ରାମ ଓ ବୁଥ୍କୁ ଯାଇ ଇଭିଏମ/ଭିଭିପାଟ୍ ବିଷୟରେ ଲୋକମାନଙ୍କୁ ସଚେତନ କରାଇବାର କାର୍ଯ୍ୟକ୍ରମ ରହିଛି । ଏହି ସଚେତନା କାର୍ଯ୍ୟକ୍ରମରେ ମକ ପୋଲ୍ ମଧ୍ୟ ପ୍ରଦର୍ଶନ କରାଇବେ, ଯେଉଁଥିରେ ଲୋକମାନେ ଇଭିଏମରେ ଭୋଟ୍ ଦେଇ ଭିଭିପାଟ୍ ମାଧ୍ୟମରେ ତାଙ୍କର ଭୋଟ ବିଷୟରେ ଜାଣିପାରିବେ । ଏ ସମ୍ବନ୍ଧରେ ସ୍ୱତନ୍ତ୍ର ଅଭିଯାନ ଦିବସ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ମାର୍ଚ୍ଚ ୧୦ ତାରିଖରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ନୀଳଗିରି ଉପଜିଲ୍ଲାପାଳ, ଜିଲ୍ଲା ନିର୍ବାଚନ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ