ଇଭିଏମ ଓ ଭିଭିପାଟ ପ୍ରଦର୍ଶନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟ (ଶେଷଦେବ ସାହୁ) : ଆସନ୍ତା ସାଧାରଣ ନିର୍ବାଚନକୁ ସ୍ୱଛତା ଓ ନିରପେକ୍ଷ ଓ ମତଦାନ ହାର ବୃଦ୍ଧି କରିବା ସକାଶେ ମୁଖ୍ୟ ନିର୍ବାଚନ ଆୟୋଗ ବ ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ଅପରାହ୍ନରେ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଏକ ଇଭିଏମ ଓ ଭିଭିପାଟ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିପିଓ ବିଜୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ଗୋପିନାଥ କଅଁର ଯୋଗଦେଇ ଇଭିଏମ ଓ ଭିଭିପାଟ ମେସିନର ବ୍ୟବହାର ସମ୍ପର୍କରେ ଉପସ୍ଥିତ ଜନ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରିଥିଲେ । ପୂର୍ବରୁ ଇଭିଏମ ଏବଂ ବ୍ୟାଲେଟ ୟୁନିଟ ବ୍ୟବହାର ଉପରେ ଦୃଷ୍ଟି ଦିଆଯାଇଥିବା ବେଳେ ସମ୍ପ୍ରତି ମତଦାତାଙ୍କ ମନରେ ଥିବା ଭ୍ରାନ୍ତ ଦୂର କରିବା ପାଇଁ ଭିଭିପ୍ୟାଟ ମେସିନକୁ ପ୍ରାଧାନ୍ୟ ଦିଆଯାଇଛି । ଏଣୁ ଜଣେ ମତଦାତା ବ୍ୟାଲେଟ ୟୁନିଟର ଯେଉଁ ଚିହ୍ନ ବା ବ୍ୟକ୍ତିଙ୍କୁ ଭୋଟ ଦେବେ , ତାହା ଭିଭିପ୍ୟାଟରେ ୭ ସେକେଣ୍ଡ ମଧ୍ୟରେ ନିଶ୍ଚିତ ହୋଇପାରିବ ବୋଲି ତହସିଲଦାର କଅଁର କହିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଳକ ତରଫରୁ ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ବୁଥରେ ଚାଲୁ ରହିବ ବୋଲି ବ୍ଳକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ , ବୁଥ ସ୍ତରୀୟ ୍ରଅଧିକାରୀ ରାମହରିୀ ଦାସ, ବିଶ୍ୱନାଥ ଦାଶ, ଏନ. କୃଷ୍ଣ ମୂର୍ତୀ , ସରପଂଚ ରଘୁନାଥ ବେହେରା, ଭାଣ୍ଡି ରବିନ୍ଦ୍ର, ଲକ୍ଷ୍ମଣ ଗୌଡ଼, ଏ. ସୁଦର୍ଶନ, ରୋହିତ ବେହେରାଙ୍କସମେତ ବହୁ ସରଂପଚ, ସମିତିସଭ୍ୟ, ୱାର୍ଡ଼ ସଭ୍ୟ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ