ଇଭିଏମ ଓ ଭିଭିପିଏଟିର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଆଗାମୀ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅମ୍ରିତ୍ ଋତୁରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଇଭିଏମ୍ ଓ ଭିଭିପିଏଟିର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ଭାରତୀୟ ନିର୍ବାଚନ ଆୟୋଗ ତଥା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ କପାଳେଶ୍ୱରସ୍ଥିତ ଜିଲ୍ଲାସ୍ତରୀୟ ଇଭିଏମ୍‌-ଭିଭିପିଏଟି ୱେୟାରହାଉସ୍‌ରେ ଏହି ପରୀକ୍ଷଣ କାର୍ଯ୍ୟ ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଏହି କାର୍ଯ୍ୟ ସମାପନ ହୋଇଛି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କଡ଼ା ସଶସ୍ତ୍ର ପୋଲିସ ସୁରକ୍ଷା ବଳୟ, ୱେବ୍‌କାଷ୍ଟିଙ୍ଗ୍ ଓ ସିସିଟିଭିର ନଜର ଭିତରେ ୩୬୯୬ଟି ବାଲାଟ୍ ୟୁନିଟ୍‌, ୩୬୯୭ଟି କଂଟ୍ରୋଲ୍ ୟୁନିଟ୍ ଏବଂ ୪୦୦୦ଟି ଭିଭିପିଏଟି ମେସିନ୍‌ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ପୀତାମ୍ବର ସାମଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର(ନିର୍ବାଚନ) ଶିବାଶିଷ ପରିଡ଼ା ଏବଂ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏହି ପରୀକ୍ଷଣ କାର୍ଯ୍ୟ ସୁଚାରୁ ରୂପେ ସମାପନ ହୋଇଛି । ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ପ୍ରଫୁଲ୍ଲ କୁମାର ଦାସ ଓ ବିଧୁ ଭୂଷଣ ମହାପାତ୍ର, ଭାରତୀୟ ଜନତା ପାର୍ଟି ପକ୍ଷରୁ ନିହାର ରଞ୍ଜନ ମହାନ୍ତି, ବିଚିତ୍ର କୁମାର ପ୍ରଧାନ, ଉପିନ୍ କୁମାର ରାଉତ ଏବଂ ଶ୍ରୀଧର ପ୍ରସାଦ ପ୍ରଧାନ, ବହୁଜନ ସାମାଜବାଦୀ ପାର୍ଟି ପକ୍ଷରୁ ସୁଧାକର ମଲ୍ଲିକ ଓ ବଳରାମ ମଲ୍ଲିକ, କମ୍ୟୁନିଷ୍ଟ (ମାର୍କ୍ସବାଦୀ) ଦଳ ପକ୍ଷରୁ ଗୟାଧର ଧଳ, ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ସୂର୍ଯ୍ୟକାନ୍ତ ପରିଡ଼ା, ରୁଦ୍ର ପ୍ରସାଦ ବେହେରା ଓ ସତ୍ୟ ରଞ୍ଜନ ପରିଡ଼ା ଏବଂ ବିଜୁ ଜନତା ଦଳ ପକ୍ଷରୁ ପ୍ରଦୀପ୍ତ କୁମାର ମହାନ୍ତି ଓ ସମ୍ବିତ ଶ୍ରୀଚନ୍ଦନ ପରୀକ୍ଷଣ ବେଳେ ଉପସ୍ଥିତ ଥିଲେ । ଏଥିସହିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଇଭିଏମ୍ ଓ ଭିଭିପିଏଟିର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି । ଭାରତୀୟ ନିର୍ବାଚନ ଆୟୋଗ ତଥା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଇ.ସି.ଆଇ.ଏଲ୍‌.ର ହାଇଦ୍ରାବାଦ୍ ସେଂଟର୍‌ରୁ ଆସିଥିବା ୧୪ଜଣ ଇଂଜିନିୟର୍ ସମସ୍ତ ଭୋଟିଙ୍ଗ୍ ମେସିନ୍ ଗୁଡ଼ିକର ପରୀକ୍ଷଣ କାର୍ଯ୍ୟ କରିଥିଲେ । କେନ୍ଦ୍ରାପଡ଼ା ତହସିଲଦାର ଅଞ୍ଜଳୀ ତରାଇ, ଡେପୁଟି କଲେକ୍ଟର ଜୟନ୍ତ କୁମାର ରାଉତ, ଉପଖଣ୍ଡ ପଂଚାୟତ ଅଧିକାରୀ ସନ୍ତୋଷ କୁମାର ସାହୁ, ବିଭିନ୍ନ ତହସିଲ୍‌ର ଅତିରିକ୍ତ ତହସିଲଦାରମାନେ ଯଥା ଦିନେଶ କୁମାର ପ୍ରଧାନ, ରାଜକନିକା, ମାନସ ସ୍ୱାଇଁ, ଆଳି, ପ୍ରଭଞ୍ଜନ ମିଶ୍ର, ମହାକାଳପଡ଼ା, ସୁଶାନ୍ତ ନାୟକ, ପଟ୍ଟାମୁଣ୍ଡାଇ ଇତ୍ୟାଦି ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ । ଜିଲ୍ଲାର ସମସ୍ତ ବିଭାଗର କର୍ମଚାରୀମାନେ ଏଥିରେ ନିୟୋଜିତ ହୋଇ ସକ୍ରୀୟ ସହଯୋଗ କରିଥିଲେ ଓ ପରୀକ୍ଷଣ କାର୍ଯ୍ୟକୁ ସଫଳ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ