ଇଭିଏମ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଲା
ଆସନ୍ତା ନିର୍ବାଚନକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ରହିଛି । ଏହି ମଧ୍ୟରେ ଇଭିଏମ ବିବାଦକୁ ନେଇ ୨୧ଟି ବିପକ୍ଷ ଦଳ ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗ ବିରୋଧରେ ଯାଚିକା ଦାଖଲ କରିଥିଲେ । ଏବେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗକୁ ନୋଟିସ ପଠାଇଛନ୍ତି । ଆସନ୍ତା ମାର୍ଚ୍ଚ ୨୫ରେ ଏହାର ଶୁଣାଣି କରାଯିବ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଥିବା ଖଣ୍ଡପୀଠ ନିର୍ବାଚନ ଆୟୋଗକୁ ଅଦାଲତର ସହାୟତା ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କ ପ୍ରତିନିଯୁକ୍ତି କରିବା ପାଇଁ ଆଦେଶ ଦେଇଛନ୍ତି ।ଲୋକସଭା ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ ଏବଂ ଭିଭିପାଟରେ ୫୦ ପ୍ରତିଶତ ଔଚକ ନିରୀକ୍ଷଣ କରିବା ପାଇଁ ୨୧ ବିପକ୍ଷ ଦଳ ସୁପ୍ରିମକୋର୍ଟରେ ଦାବୀ କରିଛନ୍ତି । ନିଷ୍ପକ୍ଷ ଏବଂ ନିର୍ଭୟ ନିର୍ବାଚନ ପାଇଁ ଏବଳି କରିବା ଆବଶ୍ୟକ ବୋଲି ବିପକ୍ଷମାନେ କହିଛନ୍ତି ।ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହିତ ୨୧ ଜଣ ବିପକ୍ଷ ନେତାଙ୍କ ଦ୍ୱାରା ଏହି ଅଭିଯୋଗ କରାଯାଇଛି । ନିର୍ବାଚନ ପରିଣାମ ଘୋଷଣା ହେବା ପୂର୍ବରୁ ଏହି ଇଭିଏମ ଏବଂ ଭିଭିପାଟକୁ ନିରୀକ୍ଷଣ କରିବା ନିହାତି ଆବଶ୍ୟକ ବୋଲି ସେମାନେ ଦାବୀ କରିଛନ୍ତି ।ତେବେ ଯାଚିକା ଦାଖଲ କରିଥିବା ନେତାମାନେ ହେଉଛନ୍ତି ଶରଦ ପାୱାର, କେସୀ ବେଣୁଗୋପାଳ, ଡେରେକ ଓବ୍ରାୟନ, ଶରଦ ଯାଦବ, ଅଖିଳେଶ ଯାଦବ, ସତୀଶ ଚନ୍ଦ୍ର ମିଶ୍ର, ଏମକେ ଷ୍ଟାଲିନ, ଟିକେ ରଙ୍ଗ ରାଜନ, ମନୋଜ କୁମାର ଝା, ଫାରୁଖ ଅବଦୁଲ୍ଲା, ଏଏ ରେଡ୍ଡୀ, କୁମାର ଦାନୀଶ, ଅଜିତ ସିଂହ, ମହମ୍ମଦ ବଦରୁଦ୍ଦୀନ ଅଜମଲ, ଜୀତନ ରାମ ମାଝୀଂ, ଅଶୋକ ମିଶ୍ର ଆଦି ।


