ଇଭିଏମ ମେସିନ ରହିଥିବା କୋଠାକୁ ତଦାରଖ
ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇଭିଏମ ଷ୍ଟ୍ରଙ୍ଗ ରୁମକୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ତିନି ମାସକୁ ଥରେ ଖୋଲାଯାଇ ବିଲଡିଂ ଓ ଇଭିଏମ ମେସିନ ଗୁଡିକ ସୁରକ୍ଷିତ ଭାବେ ଅଛିି ନାହିଁ ଯାଂଚ କରାଯାଉଛି । ଏହି ପରିପ୍ରେକ୍ଷୀରେ ବୁଧୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ନିର୍ବାଚନ ଅଧିକାରୀ ତଥା ଆସିଷ୍ଟାଣ୍ଟ କଲେକ୍ଟର ଏମ୍. ପ୍ରମୋଦ କୁମାର ବେହେରା, ବିଜୁ ଜନତା ଦଳର ଛତ୍ରପୁର ନଗର ସଭାପତି ବି. ରାଜୁବାବୁ, ଭାରତୀୟ ଜନତା ପାର୍ଟିର ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳଙ୍କ ଉପସ୍ଥିତିରେ ଇଭିଏମ ରହିଥିବା କୋଠାର ଚାବି ଖୋଲାଯିବା ସହ କୋଠା ଓ ଇଭିଏମ ମେସିନ ଗୁଡିକ ସୁରକ୍ଷିତ ଅଛି କି ନାହିଁ ଜିଲ୍ଲାପାଳଙ୍କ ସମେତ ଉପସ୍ଥିତ ଥିବା ସମସ୍ତେ ଯାଂଚ କରିଥିଲେ । ଏହି ଅବସରରେ ନିର୍ବାଚନ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


