ଇମାମୀ ପକ୍ଷରୁ ‘ଫନି’ ବିପନ୍ନଙ୍କୁ ସହାୟତା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲଗୋପାଲପୁର ଶିଳ୍ପାଞ୍ଚଳସ୍ଥିତ ଇମାମୀ ପେପରମିଲ୍ସ ଲିମିଟେଡ୍ ପକ୍ଷରୁ ‘ଫନି’ ବାତ୍ୟା ପ୍ରଭାବିତ ବିପନ୍ନଙ୍କ ନିମନ୍ତେ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଥିବା ପ୍ରକାଶ । ବାଲେଶ୍ୱର ଜିଲ୍ଲାପାଳ ରାଉତଙ୍କ ନିର୍ଦ୍ଦେଶକ୍ରମେ ଇମାମୀ ପେପରମିଲ୍ସର ନିର୍ଦ୍ଦେଶକ ଏମ୍.ବି.ଏସ୍. ନାୟାର ଓ ବରିଷ୍ଠ ସଭାପତି ସୁଶିଲ୍ କୁମାର ଖୈତାନଙ୍କ ଉଦ୍ୟମରେ ଏ.ଜି.ଏମ୍. ମନୋଜ କୁମାର ପାଢ଼ୀଙ୍କ ନେତୃତ୍ୱରେ ଦୀପ୍ତିଶ୍ ମହାପାତ୍ର, ଜିତେନ୍ଦ୍ର ଉପାଧ୍ୟାୟ, ନିତ୍ୟାନନ୍ଦ ମହାନ୍ତି ପ୍ରମୁଖ ଦୈନିକ ୬ହଜାର ବିପନ୍ନଙ୍କୁ ୩ଦିନ ପାଇଁ ଦୁଇଓଳି ରନ୍ଧାଖାଦ୍ୟ ସାଙ୍ଗକୁ ସକାଳ ଓ ସନ୍ଧ୍ୟାରେ ଜଳଖିଆ ସାମଗ୍ରୀର ସମସ୍ତ ଉପକରଣ ସହିତ ପୁରୀ ଜିଲ୍ଲାସ୍ଥିତ ବ୍ରହ୍ମଗିରି ବ୍ଲକ୍ ଅଭିମୁଖେ ଯାଇଥିବାବେଳେ କାରଖାନାର ଜେନେରାଲ ମ୍ୟାନେଜର୍ ରଞ୍ଜନ କୁମାର ଜେନା ଚୂଡ଼ାନ୍ତ ପ୍ରସ୍ତୁତି ସହ ସେମାନଙ୍କୁ ପ୍ରେରଣ କରିଥିବା ସମ୍ପର୍କରେ ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ