ଇମାମୀ ପେପର ମିଲସ୍ ପକ୍ଷରୁ ପରିବେଶ ସୁରକ୍ଷା
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ରେମୁଣା ବାଲଗୋପାଳପୁରସ୍ଥିତ ଇମାମୀ ପେପର ମିଲ୍ସ ଲିମିଟେଡ୍ ପକ୍ଷରୁ ପରିବେଶ ସୁରକ୍ଷା ନିମନ୍ତେ ତିନିହଜାର ଫଳଚାରା ବଣ୍ଟନ କରାଯାଇଥିବା ଜଣାପଡ଼ିଅଛି । ରେମୁଣା ବ୍ଲକ୍ ସ୍ଥିତ ବାଲଗୋପାଳପୁର ଶିଳ୍ପାଞ୍ଚଳସ୍ଥିତ ଇମାମୀ ପେପର ମିଲ୍ସ ଲିମିଟେଡ୍ ପକ୍ଷରୁ ଖରିଦ୍ ମୁଖୁରା ଗ୍ରାମ ପଞ୍ଚାୟତର ୧୪ଟି ୱାର୍ଡ଼ରେ ପରିବେଶ ସୁରକ୍ଷା ନିମନ୍ତେ ଆମ୍ବ, ଲେମ୍ବୁ, ପିଜୁଳି ଓ ସପେଟା ଭଳି ଫଳଚାରା ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଉପସ୍ଥିତିରେ ୭୫୦ ପରିବାରୁ ୪ଟି ଫଳଚାରା କରି ମୋଟ ୩୦୦୦ ଫଳଚାରା ଚଳିତ ମାସ ୧୯ ଓ ୨୦ ତାରିଖ ଦୁଇଦିନ ମଧ୍ୟରେ ପ୍ରଦାନ କରାଯାଇଥିବା ପ୍ରକାଶ । ଉକ୍ତ ଫଳଚାରା ବଣ୍ଟନ ଓ ପରିବେଶ ସୁରକ୍ଷା ନିମନ୍ତେ ୧୯ ତାରିଖରେ ରେମୁଣା ବ୍ଲକ୍ ଅଧିନସ୍ଥ ଖରିଦ ମୁଖୁରା ଶ୍ରଦ୍ଧାମଣି ଉଦୟ ନାରାୟଣ ଉଚ୍ଚ ବିଦ୍ୟାଳୟରେ ପରିବେଶ ସୁରକ୍ଷା ଓ ସଚେତନତା ନିମନ୍ତେ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୋଗଦାନ କରି ବକ୍ତବ୍ୟ ରଖିଥିବାବେଳେ ସ୍ଥାନୀୟ ସରପଞ୍ଚ ଷ୍ଟାଲିନ୍ ମିଶ୍ର, ସମିତିସଭ୍ୟ ରୁପେଶ ଜେନା, ସମାଜସେବୀ ପ୍ରଭାତ ବିଶ୍ୱାଳ, ପ୍ରଧାନଶିକ୍ଷକ ମହେଶ୍ୱର ରାଉତ, ଇମାମୀ ପେପର ମିଲ୍ସର ମୁଖ୍ୟ ପରିଚାଳକ ରଞ୍ଜନ କୁମାର ଜେନା, ଅତିରିକ୍ତ ମୁଖ୍ୟ ପରିଚାଳକ ତଥା ବରିଷ୍ଠ ଲୋକସଂପର୍କ ଅଧିକାରୀ ମନୋଜ କୁମାର ପାଢ଼ୀ ନିଜନିଜର ବକ୍ତବ୍ୟ ରଖିଥିବାବେଳେ ପୂର୍ବତନ ପ୍ରଧାନଶିକ୍ଷକ ତଥା ସମାଜସେବୀ ଭରତଚନ୍ଦ୍ର ମହାନ୍ତି ପୌରୋହିତ୍ୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧିକାରୀ ଆଶିଷ ସେନ୍, ନିତ୍ୟାନନ୍ଦ ମହାନ୍ତି, ଇମାମୀ ସି.ଏସ୍.ଆର. କମିଟିର ସମସ୍ତ ସଦସ୍ୟ ତଥା ଲାବୋରେଟୋରୀର କର୍ମକର୍ତ୍ତାମାନେ ଉପରୋକ୍ତ କାର୍ଯ୍ୟ ପରିଚାଳନା କରିଥିବାବେଳେ ଇମାମୀ ପକ୍ଷରୁ ଏତାଦୃଶ ମହତ୍ କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଥିବା ଜଣାପଡ଼ିଛି ।