ଇମୋଶନାଲ ହେଲେ ପରିଣିତି
ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରା ସବୁବେଳେ ତାଙ୍କ ମନକଥା ଖୋଲି କହିଥାଆନ୍ତି । ନିକଟରେ ସେ ସାସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିବା ସହ ଇମୋଶନାଲ ହୋଇ ଯାଇଥିବା ଦେଖିବାକୁ ମିଳିଛି । ପାଖାପାଖି ୭ ସପ୍ତାହ ପରେ ସେ ତାଙ୍କ ଫିଲ୍ମ “ଦ ଗାର୍ଲ ଅନ୍ ଦ ଟ୍ରେନ୍’ର ଶୁଟିଂ ସାରି ଲଣ୍ଡନରୁ ଫେରିଛନ୍ତି । ହେଲେ ଏପର୍ଯ୍ୟନ୍ତ ସେ ତାଙ୍କ ଅଭିନୀତ ଚରିତ୍ରରୁ ବାହାରି ପାରି ନାହାଁନ୍ତି ବୋଲି କହିଛନ୍ତି । ଯଦି ଏହାକୁ ସେ ଲାଇଫ୍ ଚେଞ୍ଚିଙ୍ଗ ଏକ୍ସ ପେରିୟନ୍ସ କହିବେ ତାହା ବି କମ୍ ହେବ ବୋଲି ପରିଣିତି ତାଙ୍କ ପୋଷ୍ଟରେ ଲେଖିଛନ୍ତି ।