ଇମ୍ଫା କାରଖାନାରେ ବିଶ୍ୱକର୍ମା ପୂଜା ମହା ଆଡମ୍ବରରେ ପାଳିତ
ରାୟଗଡ। – ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଥେରୁବାଲି ଠାରେ ଥିବା ଇମ୍ଫା କରଖାନା ପରିସର ମଧ୍ୟରେ ଥିବା ବିଶ୍ୱକର୍ମା ଭବନରେ ମହାଆଡମ୍ବର ସହକାରେ ପାଳନ କରାଯାଇଛି । ଇମ୍ଫା କରଖାନାର ପଦସ୍ଥ ଅଧିକାରୀ ଓ କର୍ମଚାରୀଙ୍କ ମିଳିତ ସହେଯାଗରେ ପାଳନ କରାଯାଇଛି ବିଶ୍ୱକର୍ମା ପୂଜା । ବିଶ୍ୱକର୍ମା ଭଗବାନଙ୍କୁ ଏକ ଦିବ୍ୟ ଆସନରେ ୁବେସନ କରାଯାଇ ତାଙ୍କ ଧୂପ ଦୀପ ନୈବେଦ୍ୟ ଅର୍ପଣ କରାଯାଇ ଆଳତି କରାଯାଇଥିଲା । ଏହି ପୂଜାରେ ଅନେକ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଉକ୍ତ ପୂଜାରେ ଇ.ଭି.ଏମ. ଉମାମହେଶ୍ୱର (ବରିଷ୍ଠ ପରିଚାଳକ, ଉତ୍ପାଦ), କେ.ବି ରାଓ (ଉପ-ସଭାପତି, ଏମ.ଏଫ.ଜି, (ଏଫ.ଏ)), ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶକ୍ତୀ ପ୍ରସାଦ ପାଣିଗ୍ରାହୀ ଓ କମ୍ପାନୀର ଅନ୍ୟ ଅଧିକାରୀ ଓ କର୍ମଚାରୀ ଗଣ ଉପସ୍ଥିତ ରହି ପୂଜାରେ ଅଂଶ ଗ୍ରହଣ କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।