ଇମ୍ଫା ଚୌଦ୍ୱାରରେ ୫୪ତମ ଜାତୀୟ ସୁରକ୍ଷା ସପ୍ତାହ ଉତ୍ସବ ପାଳିତ
ଚୌଦ୍ଵାର, (ଦୀପକ୍ କୁମାର ବେଉରା):ଚୌଦ୍ୱାର ସ୍ଥିତ ଇମ୍ଫା ଶିଳ୍ପ ଗୋଷ୍ଠୀ ଦ୍ୱାରା ୫୪ତମ ଜାତୀୟ ସୁରକ୍ଷା ସପ୍ତାହର ସମାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଶୂନ୍ୟ ଦୁର୍ଘଟଣା ସାଧନରେ ନବୀନତମ ପ୍ରୟାସ ଏବଂ ସୁରକ୍ଷା ପ୍ରତି ଆବଶ୍ୟକ ଜାଗୃତି ବୃଦ୍ଧି କରିବା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ, ଓଡ଼ିଶାର ସୁରକ୍ଷା ବିଭାଗର ଉପ ନିର୍ଦେଶକ ଡଃ ମଳୟ କୁମାର ପ୍ରଧାନ, କଟକ ଶାଖାର ଉପ ନିର୍ଦେଶକ ଶ୍ରୀ ମନୋଜ କୁମାର ପଣ୍ଡା, ସହ ନିର୍ଦେଶକ ଶ୍ରୀ ସୁଧାଂଶୁ ଶେଖର ସାହୁ ଯୋଗ ଦେଇ ତାଙ୍କର ମତାମତ ଦେବା ସହ ଶିଳ୍ପ କାରଖାନାରେ ସୁରକ୍ଷା ପ୍ରତି ଗୁରୁତ୍ବାରୋପ କରିବା ସହ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଇମ୍ଫା ଚୌଦ୍ୱାରର ଉପସଭାପତି ବିନୟ ଅଗ୍ରୱାଲା କାରଖାନାର ବାର୍ଷିକ ସୁରକ୍ଷା ବିବରଣୀ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୩ଟି ପ୍ରତିଯୋଗୀ ବିଦ୍ୟାଳୟର ଛାତ୍ର ଛାତ୍ରୀ, କର୍ମଚାରୀ ଓ ତାଙ୍କର ପରିବାର ସଦସ୍ୟଙ୍କୁ ସୁରକ୍ଷା ପ୍ରତି ଆଦର୍ଶମୂଳକ କାର୍ଯ୍ୟ ପାଇଁ ପୁରସ୍କୃତ କରାଯିବା ସଙ୍ଗେ ସଙ୍ଗେ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷାକୁ ନିର୍ଦ୍ଦେଶ କରି ଏକ ନାଟକ ପ୍ରଦର୍ଶନ ମଧ୍ୟ କରାଯାଇଥିଲା। ସର୍ବ ଶେଷରେ ଇମ୍ଫାର ମାନବ ସମ୍ବଳ ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମକୁ ପରିସମାପ୍ତି କରିଥିଲେ।