ଇମ୍ଫା ଡମ୍ପରୁ ବେଆଇନି ପଥର ଚୋରା ଚାଲାଣ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ସିଆଡିମାଳିଆ ଠାରେ ଥିବା ଇମ୍ଫା ଡମ୍ପରୁ ବେଆଇନି ଭାବେ ପଥର ବାହାରକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଏଠାରେ ଥିବା ପ୍ରାୟ ୮୦ଏକର ଜମିରେ ୧୯୯୪ ମସିହାରେ ଇମ୍ଫା ଖଣି କର୍ତ୍ତୁପକ୍ଷ ପଥର ମିଶା ମାଟି ପକାଇ ଏକ ଡମ୍ପ ନିର୍ମାଣ କରିଥିଲେ । ଉକ୍ତ ଡମ୍ପରୁ କିଛି ଚୋରା ପଥର ମାଫିଆ ଦୈନିକ ଶହଶହ ଟ୍ରିପ ପଥର ବାହାରକୁ ଚୋରା ଚାଲାଣ କରିଥିଲେ । ଏହାକୁନେଇ ଅଭିଯୋଗ ହେବାପରେ ୨୦୧୬ ମସିହାରେ ତହସିଲ ପ୍ରଶାସନ ଉପରୋକ୍ତ ସ୍ଥାନରୁ ନିଲାମ ମାଧ୍ୟମରେ ପଥର ଖୋଳିବାକୁ ତିନିମାସ ପାଇଁ ଅନୁମତି ଦେଇଥିଲା । କିନ୍ତୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ ୧ମାସ ପରେ ସେହିସ୍ଥାନରେ ପ୍ରଶାସନ ୧୪୪ଧାରା ଜାରି କରି ପଥର ଖୋଳିବା ବନ୍ଦ କରିଦେଇଥିଲା । କିନ୍ତୁ ଏବେ ପୁଣି ସେହି ସ୍ଥାନରୁ ଦୈନିକ ୧୦ରୁ ୨୦ଟ୍ରିପ ପଥର ବାହାରକୁ ଚୋରା ଚାଲାଣ ହେଉଥବବା ଅଭିଯୋଗ ହେଉଛି । ତହସିଲ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଚୋରା ପଥର କାରବାର ଉପରେ ରୋକ ଲଗାଇବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ