ଇରଗୋ ପକ୍ଷରୁ ଓଡିଶାରେ ଲାଗୁହେଲା ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା
ଏଚଡିଏଫସି ଇରଗୋ ରବି ଋତୁ ପାଇଁ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ଓଡ଼ିଶାରେ ଲାଗୁ କରିଛନ୍ତି । ଏଚଡିଏଫସି ଇରଗୋ ଜେନେରାଲ ଇନସୁରାନ୍ସ କମ୍ପାନୀ, ବେସରକାରୀ କ୍ଷେତ୍ରରେ ଭାରତର ତୃତୀୟ ବୃହତମ ଅଣଜୀବନ ବୀମା ପ୍ରଦାନକାରୀ ୨୦୧୯ର ରବି ଋତୁ ପାଇଁ ଦେବଗଡ, କେନ୍ଦ୍ରାପଡା, ମୟୁରଭଞ୍ଜ, ନବରଙ୍ଗପୁର, ଗଞ୍ଜାମ, କଳାହାଣ୍ଡି, ପୁରୀ ଏବଂ ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ଋଣୀ ଏବଂ ଅଣଋଣୀ କୃଷକ ମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ଲାଗୁ କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାଧିକୃତ ହେଇଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ସ୍କିମ ଅଧୀନରେ ବିଜ୍ଞାପିତ ହୋଇଥିବା ଫସଲ ପାଇଁ ଏହି ସବୁ ଜିଲ୍ଲାରେ ଲାଗୁ ହେବ । ମରୁଡି, ବନ୍ୟା, ପାଗ, ଭୂସ୍କଳନ, ବାତ୍ୟା, ହାର୍କେଇନ, ତୁଷାର ପାତ, ଅତ୍ୟଧିକ ପାଣି, କୀଟ, ରୋଗ ଏବଂ ଅନ୍ୟାନ୍ୟ ଆଦି ବ୍ୟାପକ ବାହ୍ୟ ବିପର୍ଯ୍ୟୟ ଯୋଗୁଁ ଫସଲ ଆମଦାନିରେ ସୃଷ୍ଟି ହେଉଥିବା ଯେକୌଣସି କ୍ଷତି ବିପକ୍ଷରେ ପିଏମଏଫବିୱାଇ ଯୋଜନା କୃଷକ ମାନଙ୍କୁ ବୀମା ଭୁକ୍ତ କରିଥାଏ । ଉପଜରେ ହେବା କ୍ଷତି ନିର୍ଦ୍ଧାରିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସ୍କିମ ପାଇଁ ବିଜ୍ଞାପିତ ଅଂଚଳରେ ବିଜ୍ଞାପିତ ଫସଲ ଉପରେ ଫସଲ କାଟିବା ପରୀକ୍ଷଣର ଯୋଜନା ଏବଂ ଆୟୋଜନ କରିବେ । ଆୟୋଜିତ ହୋଇଥିବା ସିସିଇ ସମୂହ ଆଧାରରେ ଉପଜ ଡାଟା ନିମ୍ନ ରହିବା କ୍ଷେତ୍ରରେ କୃଷକର ଉପଜରେ କ୍ଷତି ସହିଛି ବୋଲି ବିବେଚନା କରାଯିବ ଯାହା ପାଇଁ କୃଷକକୁ ତାର ଦାବି ପ୍ରଦାନ କରାଯିବ ।


