ଇରାନକୁ ଆମେରିକାର କଡ଼ା ଚେତାବନୀ

ଓ୍ବାସିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇରାନ୍‌କୁ ଚେତାବନୀ ଦେଇଛନ୍ତି । ଯଦି ଇରାନ୍ ଆମେରିକାକୁ ଟାର୍ଗେଟ କରିବ ତା’ହେଲେ ଆମେରିକା ଇରାନର ୫୨ଟି ସ୍ଥାନକୁ ଟାର୍ଗେଟ କରିବ। ଇରାନର ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି। ଅନ୍ୟପଟେ ଇରାନ୍ ମଧ୍ୟ ଗତକାଲି ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ଫ୍ଲୋରିଡାଠାରେ ଛୁଟି ମନାଉଥିବା ଟ୍ରମ୍ପ୍‌ ଧମକଭରା ସନ୍ଦେଶ ଇରାନ୍‌ ସମେତ ସମସ୍ତ ଦୁନିଆକୁ ଦେଇଛନ୍ତି । ଟ୍ରମ୍ପ୍‌ ଆହୁରି ମଧ୍ୟ କହିଛନ୍ତି ଯେ,ସୁଲେମାନୀକୁ ମାରିବା ପରେ ଆମେରିକା ବିଶ୍ୱର ଜଣେ ଆତଙ୍କବାଦୀ ନେତାକୁ ସବୁଦିନ ପାଇଁ ଶେଷ କରିଛି। ଆମେରିକା ସମେତ ଅନେକ ଲୋକଙ୍କୁ ସୁଲେମାନୀ ମାରିଥିଲା। । ଟ୍ରମ୍ପ୍‌ ଇରାନ୍‌କୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ୍‌ କେୌଣସି ଆମେରିକୀୟ ବା ଆମେରିକା ସମ୍ପତ୍ତି ଉପରେ ଆକ୍ରମଣ କରିବ, ତେବେ ଆମେ ଇରାନର ୫୨ଟି ଠିକଣା ଚିହ୍ନିତ କରିସାରିଛୁ । ଏହି ସମସ୍ତ ସ୍ଥାନ ଇରାନର ପ୍ରାଚୀନ ସଂସ୍କୃତି। ଇରାନ୍‌ ତରଫରୁ ଯଦି କିଛି ଟାର୍ଗେଟ୍‌ କରାଯାଏ, ତେବେ ଆମେରିକା ଏହାର କଡା ଜବାବ ଦେବ ବୋଲି ଟ୍ରମ୍ପ୍‌ କହିଛନ୍ତି । ସୂଚନାଯୋଗ୍ୟ, ଶନିବାର ରାତିରେ ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକାର ଦୂତବାସ ଏବଂ ବଲାଦ ଏୟାର ବେସ ଉପରେ ଇରାନ ଆକାଶମାର୍ଗରୁ ଆକ୍ରମଣ କରିଛି। ଏଥିର କିନ୍ତୁ କେହି ମୃତାହତ ହୋଇ ନଥିବାର ସୂଚନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ