ଇରାନ ଓ ଆମେରିକା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି
ତେହେରାନ -ଜେନେରାଲ୍ କ୍ବାସିମ ସୁଲେମାନୀଙ୍କ ହତ୍ୟା ପରେ ଇରାନ ଓ ଆମେରିକା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉଗ୍ର ରୂପ ନେଉଛି । ଇରାନର ଜଣେ ବ୍ୟକ୍ତି ସୁଲେମାନୀଙ୍କ ହତ୍ୟାରେ ପ୍ରତିଶୋଧ ଲାଗି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମୁଣ୍ଡ ଉପରେ ୮୦ ମିଲିୟନ୍ ଆମେରିକୀୟ ଡଲାରର ପୁରସ୍କାର ଘୋଷଣା କରିଛନ୍ତି। ଯିଏ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କୁ ହତ୍ୟା କରିବ ତାକୁ ଏହି ରାଶି ସେ ପ୍ରଦାନ କରିବେ ବୋଲି କହିଛନ୍ତି । ମଶାଦରେ ଅନୁଷ୍ଠିତ ସୁଲେମାନୀଙ୍କ ଶବଯାତ୍ରା ସମୟରେ ଜଣେ ବ୍ୟକ୍ତି ସେଠାରେ କହୁଛନ୍ତି କି, ‘ଆମେ ୮୦ ମିଲିୟନ୍ ଲୋକ । ସମସ୍ତେ ମିଶି ଗୋଟାଏ ଡଲାର ଦେଲେ ବି ସମୁଦାୟ ୮୦ ମିଲିୟନ୍ ଡଲାର ହେବ। ଆମେ ତାହାକୁ ଟ୍ରମ୍ପଙ୍କ ହତ୍ୟାକାରୀକୁ ପୁରସ୍କାର ଆକାରରେ ପ୍ରଦାନ କରିବୁ।’ ମାତ୍ର ଇରାନ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।


