ଇଲେକ୍ଟ୍ରିସିଆନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଆଜି ଭଣ୍ଡାରିପୋଖରୀ ଶାରଦା ବିଦ୍ୟାମନ୍ଦିର ନିକଟ ଯେମାମଣୀ ଇଲେକ୍ଟ୍ରିକାଲ ସୋରୁମ ଠାରେ ଆମ୍ରନ କମ୍ପାନୀ ପକ୍ଷରୁ ଏକ ଇଲେକ୍ଟ୍ରିସିଆନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସତ୍ୱାଧିକାରୀ ଗିରିଶ ଚନ୍ଦ୍ର ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମ୍ପାନୀର ସଞ୍ଜୟ ପଣ୍ଡା ଯୋଗଦେଇ ପ୍ରାୟ ୨୦ଜଣ ଇଲେକ୍ଟ୍ରିସିଆନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଯେମାମଣୀ ଇଲେକ୍ଟ୍ରିକାଲ ଆମ୍ରନ କମ୍ପାନୀ ପକ୍ଷରୁ ହୋଲସିଲର ଭାବେ ନିଯୁକ୍ତ ହୋଇଥିବାବେଳେ ବିଭିନ୍ନ ଇଲେକ୍ଟିକାଲ ସାମଗ୍ରୀକୁ କିଭଳି ଲୋକମାନଙ୍କ ପାଖରେ ପହଁଞ୍ଚା ଯାଇ ପାରିବ ସେନେଇ ପ୍ରଶିକ୍ଷଣ ଶିବିରରେ ମତ ପ୍ରକାଶ ପାଇଥିଲା ।