ଇଲେକ୍ଟ୍ରି ଟ୍ରାନ୍ସଫରମର ଫାଟି ଜଳିଗଲା ଧାନଗଦା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ନୌରଙ୍ଗପୁର ଗ୍ରାମରେ ଆଜି ଏକ ଅଭାବନୀୟ ଦୁର୍ଘଟଣା ଦେଖିବାକୁ ମିଳିଛି । ଗ୍ରାମର ଏକ ପାଶ୍ୱର୍ରେ ଥିବା ଗୋଟିଏ ଇଲେକ୍ଟ୍ରି ଟ୍ରାନ୍ସଫରମର ଫାଟିବାରୁ ତିନିଗୋଟ ଧାନଗଦା ସହ କିଛି ଛଣ ଗଦା ପୋଡି ନଷ୍ଟ ହୋଇଯାଇଥିବା ଜଣାଯାଇଛି । ଆଜି ଦିନ ପ୍ରାୟ ୩ଟା ବେଳେ ଟ୍ରାନ୍ସଫରମରଟି ଫାଟି ଅଗ୍ନିକାଣ୍ଡ ଘଟିଥିଲା । ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରି ବିଫଳ ହୋଇଥିବାବେଳେ ଘଟଣା ସ୍ଥଳରେ ଭଣ୍ଡାରିପୋଖରୀ ଦମକଳ ବାହିନୀ ପହଞ୍ଚି ସମ୍ପୂର୍ଣ୍ଣ ଅଗ୍ନିକାଣ୍ଡକୁ ପ୍ରଶମିତ କରିଥିଲା । ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ରମାକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଦୀର୍ଘ ସମୟ ଧରି ନିଆଁକୁ ଲିଭାଇଥିଲେ । ଉକ୍ତ ଦୁର୍ଘଟଣା ଯୋଗୁ ଗ୍ରାମର ଦିଲ୍ଲୀପ ପରିଡା, ମନୋଜ ପରିଡା, ବ୍ରହ୍ମାନନ୍ଦ ରାଉତଙ୍କ ଧାନ ସହିତ ଛଣଗଦା ପୋଡି ନଷ୍ଟ ହୋଇଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ