ଇଲେକ୍ଟ୍ରୀସିଟି ଠିକା ଶ୍ରମିକ ସଙ୍ଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଇଲେକ୍ଟ୍ରୀସିଟି ଠିକା ଶ୍ରମିକ ସଙ୍ଘ, କେନ୍ଦ୍ରାପଡା ପକ୍ଷରୁ ଓମ ପ୍ୟାଲେସ ପରିସରରେ ଜିଲ୍ଲା ସଙ୍ଘର ସଭାପତି ଦେବଦାସ ମହାନ୍ତିଙ୍କ ସଭାପତିତ୍ୱରେ ଜିଲ୍ଲାର ୨ଶହରୁ ଉର୍ଦ୍ଧ୍ୱ ବିଦ୍ୟୁତ ଠିକା ଶ୍ରମିକଙ୍କୁ ନେଇ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅତ୍ୟନ୍ତ ଉତ୍ସାହ ଉଦିପନାର ସହ ପାଳିତ ହୋଇଯାଇଛି । ଏଥିରେ ପ୍ରାକ୍ତନ ଜିଲ୍ଲା ଓକିଲ ସଙ୍ଘ ସଭାପତି ଭୀମସେନ ଭୂୟାଁ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଠିକା ଶ୍ରମିକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନରେ ପକ୍ଷପାତିତା ଓ ଏହାର ସ୍ଥାୟୀ ସମାଧାନ ସମ୍ପର୍କରେ ଆଲୋକପାତ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ଇଲେକ୍ଟ୍ରୀସିଟି ଠିକା ଶ୍ରମିକ ସଙ୍ଘ ପକ୍ଷରୁ ଶ୍ରମିକମାନଙ୍କ ନାର୍ଯ୍ୟ ଦାବିକୁ ସମର୍ଥନ କରିବା ସହ ରାଜ୍ୟ ସରକାରଙ୍କୁ ଏହାର ତୁରନ୍ତ ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ । ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନର ସହକାରୀ ସାଧାରଣ ପ୍ରବନ୍ଧକ ପ୍ରଦୀପ୍ତ କୁମାର ଦାଶ ଯୋଗଦେଇ ଶ୍ରମିକମାନଙ୍କର ଦୈନନ୍ଦିନ ସମସ୍ୟା ପ୍ରତି ଅବଗତ ଥାଇ ଏହାର ସମାଧାନ ଦିଗରେ ଉଚ୍ଚ କତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସ୍ଥାୟୀ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଶେଷରେ ସଙ୍ଘର ସ୍ଥାୟୀ ସଭାପତି ଦେବଦାସ ମହାନ୍ତି ତାଙ୍କ ଅଭିଭାଷଣରେ ଇଲେକ୍ଟ୍ରୀସିଟି ଠିକା ଶ୍ରମିକ ସଙ୍ଘର ଲଢୁଆ ଶ୍ରମିକମୁଣ୍ଡର ଝାଳ ତୁଣ୍ଡରେ ମାରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମସ୍ତ ଅସୁବିଧା ସତ୍ୱେ କେନ୍ଦ୍ରାପଡା ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ କାର୍ଯ୍ୟ କରୁଥିଲେ ମଧ୍ୟ ନିଯୁକ୍ତି ସଂସ୍ଥା ସେମାନଙ୍କ ଦାୟୀତ୍ୱ ଠିକ ଭାବରେ ପ୍ରତିପାଳନ କରୁନାହାନ୍ତି କି ସମସ୍ୟାର ସମାଧାନ କରୁନାହାନ୍ତି । ତେଣୁ ସେ ଚେତାବନୀ ଦେଇ କହିଥିଲେ ଯେ ନିଯୁକ୍ତି ସଂସ୍ଥା ଟିପିସିଓଡିଏଲର କେନ୍ଦ୍ରାପଡା ଜିଲ୍ଲା ପାଇଁ ଅନୁବନ୍ଧିତ ହୋଇଥିବା ବ୍ୟବସାୟୀଙ୍କସହଯୋଗୀମାନେ ଯଦି ଠିକ ସମୟରେ ଶ୍ରମିକମାନଙ୍କ ପ୍ରତି ଥିବା ତାଙ୍କର ଦାୟୀତ୍ୱ ନତୁଲାନ୍ତି ବା ସମସ୍ତଙ୍କୁ ସ୍ଥାୟୀ ନକରନ୍ତି ତାହେଲେ ଇଲେକ୍ଟ୍ରୀସିଟି ଠିକା ଶ୍ରମିକ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରି ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ, ସାଧାରଣ ସମ୍ପାଦକ ଶିଶିର କୁମାର ନାୟକ, କେନ୍ଦ୍ରାପଡା ଡିଭିଜନ ସଭାପତି ଚତ୍ରୁର୍ଭୁଜ ଦାଶ, ଡିଭିଜନ ସମ୍ପାଦକ ମନୋଜ ନାୟକ, ମାର୍ଶାଘାଇ ଡିଭିଜନ ସଭାପତି ଗିରିଶ ଚନ୍ଦ୍ର ବେହେରା, ମାର୍ଶାଘାଇ ଡିଭିଜନ ସମ୍ପାଦକ ଅସିତ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ଅମୀୟରଞ୍ଜନ ସାହୁ, ମାର୍ଶାଘାଇ କୋଷାଧ୍ୟକ୍ଷ ପ୍ରମୋଦ ସାହୁ, ଓବିକେଏମ ସାଧାରଣ ସମ୍ପାଦକ ଜୀତେନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।


