ଇଲେକ୍ଟ୍ରୋ-ହୋମିଓପାଥିକ ଚିକିତ୍ସକ ସଂଘର ବାର୍ଷିକ ସମ୍ମଳନୀ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲ୍ଲା ଇଲେକ୍ଟ୍ରୋ-ହୋମିଓପାଥିକ ଚିକିତ୍ସକ ସଂଘର ବାର୍ଷିକ ସମ୍ମଳନୀ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛ । ଏହି ଅବସରରେ ଇଲେକ୍ଟ୍ରୋ ହୋମିଓ ପାଥିକର ଜନକ ଡାକ୍ତର କାଉଣ୍ଟସିଜର ମେଟ୍ଟିଙ୍କର ୨୧୩ ତମ ଜୟନ୍ତୀ ପାଳିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡାକ୍ତର ମେଟ୍ଟିଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସାଙ୍ଗକୁ ଜନ୍ମଦିନର କେକ କଟାଯାଇଥିଲା । ପରେ ସଂଘର ବାଲେଶ୍ୱର ଶାଖା ସଭାପତି ଡାକ୍ତର ଅନ୍ତର୍ଯ୍ୟାମୀ ମହାପାତ୍ରଙ୍କ ସଭାପତିତ୍ୱରେ ଇଲେକ୍ଟ୍ରୋ-ହୋମିଓପାଥିକ ସମ୍ପର୍କିତ ଅଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ରାଜ୍ୟ ଇଲେକ୍ଟ୍ରୋ-ହୋମିଓ ପାଥିକ ଚିକିତ୍ସକ ସଂଘର ସଭାପତି ଡାକ୍ତର ସରୋଜ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାଶ୍ୱର୍ ପ୍ରତିକ୍ରିୟା ବିହୀନ ପ୍ରାକୃତିକ ଚିକିତ୍ସାପ୍ରଣାଳୀକୁ ଲୋଭାଭିମୁଖୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟବକ୍ତାଭାବେ ଯୋଗ ଦେଇ ପାରମ୍ପରିକ ଚିକିତ୍ସା ପ୍ରଣାଳୀର ପ୍ରଶଂସା ସହ କୌଣସି କାମରେ ଏକାଗ୍ରନିଷ୍ଠ ହୋଇପାରିଲେ ସଫଳତା ନିଶ୍ଚୟ ମିଳିଥାଏ ମତ ଦେଇଥିଲେ । ବାଲେଶ୍ୱର ବାର ଆସୋସିଏସନର ସଭାପତି ମନୋଜ ନାୟକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରାକୃତିକ ଚିକିତ୍ସାପ୍ରଣାଳୀକୁ ଜନକଲ୍ୟାଣକାରୀ କରାଇବାକୁ ଇଲେକ୍ଟ୍ରୋ-ହୋମିଓପାଥିକ ଚିକିତ୍ସକ ସଂଘର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ସଂଘର ଯୁଗ୍ମ ସମ୍ପାଦକ ଡାକ୍ତର ସୁନନ୍ଦନ ମିଶ୍ର, ସହ-ସମ୍ପାଦକ ଡାକ୍ତର ରଶ୍ମିରଞ୍ଜନ ମହାରଥୀ, ଡାକ୍ତର ଚୂଡ଼ାମଣି ପାତ୍ର, ଡାକ୍ତର ପ୍ରଶାନ୍ତ ଦାସ, ଡାକ୍ତର ରତନ ପାତ୍ର ପ୍ରମୁଖ ଏଥିରେ ବିଶେଷ ଅତିଥିଭାବେ ଯୋଗଦେଇ ଇଲେକ୍ଟ୍ରୋ-ହୋମିଓପାଥିକ ଚିକିତ୍ସା ପ୍ରଣାଳୀର ପ୍ରଚାର ପ୍ରସାର, ଗବେଷଣା ଏବଂ ସାଙ୍ଗଠନିକ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ଇଲେକ୍ଟ୍ରୋ-ହୋମିଓପାଥିକ ଗବେଷକ ତଥା ଚିକିତ୍ସକ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏଥିରେ ଅତିଥି ବକ୍ତାଭାବେ ଯୋଗଦେଇ ସାମ୍ପ୍ରତିକ କରୋନା କାଳରେ କିପରି ଇଲେକ୍ଟ୍ରୋ-ହୋମିଓପାଥିକ ଗବେଷଣାଲବ୍ଧ ଔଷଧ ପ୍ରୟୋଗ ଦ୍ୱାରା ବିଶ୍ୱରୁ କରୋନା ମହାମାରୀକୁ ଦୂର କରାଯାଇ ପାରିବ ସେ ଦିଗରେ ଆଲୋଚନା କରିଥିଲେ । ସଂଗଠନର ଉପଦେଷ୍ଟା ଡାକ୍ତର ପର୍ଶୁରାମ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଡାକ୍ତର ଅରବିନ୍ଦ ପାତ୍ର ସମ୍ପାଦକୀୟ ବିବରଣୀ ଊପସ୍ଥାପନ କରିଥଲେ । ଡାକ୍ତର ରୀନାରାଣୀ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଡାକ୍ତର ସୁକାନ୍ତ ପରିଡ଼ା, ଦମୟନ୍ତୀ ମହାନ୍ତି, ସଂଯୁକ୍ତା ମହାନ୍ତି, ଅମୀୟ କୁମାର ତାଲଦି, ସରୋଜ ମହାରଣା, ରାମଚନ୍ଦ୍ର ପ୍ରଧାନ, ପ୍ରଦୀପ ବେହେରା, ପରମାନନ୍ଦ ବାଗ୍, ବିରଂଚିି ସେନାପତି, ଜ୍ଞାନରଞ୍ଜନ ନାୟକ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


