ଇଲୋକ୍ଟ୍ରୋନିକସ ବିଭାଗ ପକ୍ଷରୁ ପାଠଚକ୍ର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ସ୍ୱଂୟ।।ସିତ ବିଞାନ ମହାବିଦ୍ୟାଳୟ ଶୁକ୍ରବାର ପୂର୍ବାହ୍ନରେ ମହାବିଦ୍ୟାଳୟ ରାମଚନ୍ଦ୍ର ମର୍ଦ୍ଧରାଜ ଦେଓ ଶତାଦ୍ଧୀ ଭବନ ଗୃହ ପରିସରରେ ଇଲୋକ୍ଟ୍ରୋନିକସ ବିଭାଗ ପକ୍ଷରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଇଲୋକ୍ଟ୍ରୋନିକସ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼ଃ. ପ୍ରଦୀପ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଲୋକ୍ଟ୍ରୋନିକସ ବିଭାଗୀୟ ଅବସରପ୍ରାପ୍ତ ପ୍ରଫେସର ଡ଼ଃ. ତ୍ରିନାଥ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସିଏଚ ଚନ୍ଦ୍ରଶେଖର ପୃଷ୍ଟି ମଂଚାସୀନ ଥିଲେ । ପାଠଚକ୍ରରେ ବିଦ୍ୟୁତ ଶକ୍ତିର ସୀମିତ ପରିବହନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଭାଗୀୟ ଅଧ୍ୟାପିକା ବିୟୁଟି ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଶ୍ରଦ୍ଧାଂଜଳି ସାହୁ, ବିଶ୍ୱଜ୍ୟୋତି ପାତ୍ର ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନିର୍ମଳ, ବିଳ୍ପବ, ଚନ୍ଦନ, ସମୀର, ଜୁଗୁନି, ପ୍ରହଲ୍ଲାଦ, କୃଷ୍ଣ, ବିକ୍ରମ, ଆଶିଶ, ଅମର, ତୃପ୍ତିମୟୀ, ଗାୟତ୍ରୀ, ବିଜୟଲକ୍ଷ୍ମୀ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।


