ଇଶଳା ଗ୍ରାମରେ ମାଳତୀ ଦେବୀଙ୍କ ସ୍ମୃତିସଭା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତର ଇଶଳା ଗ୍ରାମର ସ୍ୱର୍ଗତ ରାମଚନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମାଳତୀ ପ୍ରଧାନଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପରିଷଦ ସଦସ୍ୟ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ବିଜେପି ନେତା ଆଲୋକ ସେଠୀ, ବଡରମ୍ପାସ ସରପଞ୍ଚ ରବିନ୍ଦ୍ର କୁମାର ଯେନା, କିଶୋର ଆଚାର୍ଯ୍ୟ, ସୁଧାକର ଓଝା, ବିଜେପି ନେତା ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିଜେଡିନେତା ବିଶ୍ୱନାଥ ପ୍ରତାପ ଯେନା, ବିମଳ କିଶୋର ଯେନା, ନାରାୟଣ ଯେନା, ଶିକ୍ଷାବିତ ଶ୍ରୀକାନ୍ତ ପଟ୍ଟନାୟକ, ହେମନ୍ତ କୁମାର ସାମଲ, ସୁଧାଶୁଂ ରାଉତଙ୍କ ସମେତ ବହୁ ମାନ୍ରଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ମାଳତୀ ପ୍ରଧାନ ଜଣେ ଧର୍ମପରାୟଣା, ପରୋପକାରୀ ମହିଳା ଭାବେ ପରିଚିତ ଥିଲେ ବୋଲଇ ମତବ୍ୟକ୍ତ କରିଥିଲେ । ଦୟାନିଧି ପ୍ରଧାନ, ଗିରୀଧାରୀ ପ୍ରଧାନ, କେଶବ ପ୍ରଧାନ, ଅରୁଣ ପ୍ରଧାନ, ତପନ ପ୍ରଧାନ, ମହେନ୍ଦ୍ର ପ୍ରଧାନ, ଦେବେନ୍ଦ୍ର ପ୍ରଧାନ, ଗୋପାଳ ପ୍ରଧାନ, ମୁରଲୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବହୁ ଗ୍ରାମବାସୀ ଓ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ ।


