ଇସି ପୁର୍ନଃଗଠନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଦାବୀ

ବଡସାହି,(ନିରଞ୍ଜନ ମହାନ୍ତ): ବଡସାହି ବ୍ଳକ ଇସି ସଂଘ ପକ୍ଷରୁ ଗୁରୁବାର ବିଡ଼ିଓ ବନଜା ଦାସଙ୍କୁ ଏକ ଲିଖୁତ ଦାବିପତ୍ର ପ୍ରଦାନ କରାଯାଇଛି। ପୂର୍ବତନ ସରକାର ଓଡ଼ିଶା ଜୀବିକା ମିଶନକୁ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ ରଖି ତୃଣମୂଳ ସ୍ତରରେ ଇସି ସଦସ୍ଯାମାନଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ସ୍କୁଟି ଯୋଜନାରେ ସାମିଲ କରିଥିଲେ । ଫଳରେ ବଡସାହି ବ୍ଲକରେ ୨୯୦୯ ସ୍ଵୟଂ ସହାୟକ ଗୋଷ୍ଠୀକୁ ପରିଚାଳନା କରୁଥିବା ୬୦୦ ଇସି ସଭ୍ୟମାନଙ୍କ ମଧ୍ୟରୁ ଅଧିକାଂଶ
ସଭ୍ୟମାନେ ସ୍କୁଟି ରଣ କରିଛନ୍ତି। ମାତ୍ର ବର୍ତ୍ତମାନର ସରକାର ଇସି ସଦସ୍ଯାମାନଙ୍କର ପୁର୍ନଃଗଠନ ପାଇଁ ବ୍ଲକକୁ ଚିଠି କରିଥିବାରୁ ସେମାନେ ମାନସିକ ଚାପରେ ଅଛନ୍ତି । ଋଣ ସୁଝିବା ପାଇଁ ଆଗାମୀ ୩ବର୍ଷ ପର୍ଯ୍ଯନ୍ତ କାର୍ଯ୍ଯରତ ଏହି ସଦସ୍ଯାମାନଙ୍କର ଚୁକ୍ତି କାଏମ ରଖିବା ପାଇଁ ଏହି ଦାବିପତ୍ରରେ ଉଲ୍ଲେଖ ରହିଛି। ବଡସାହି ବ୍ଳକ ଇସି
କାର୍ଯ୍ୟକାରିଣୀ କମିଟି ସଂଘର ସଭାପତି ପୂର୍ଣ୍ଣିମା ମିଶ୍ର, ସମ୍ପାଦିକା ସୁଲୋଚନା ରାଉତ, ଲତିକା ମାରାଣ୍ଡି, ପଙ୍କଜିନୀ ପଣ୍ଡା, ସ୍ନେହଲତା ମହାନ୍ତ, ସବିତା ବେହେରା ଓ ଅନିତା ରାଣୀ ବେହେରା ପ୍ରମୁଖଙ୍କ ନେତୃତ୍ବରେ ସଦସ୍ଯାମାନେ ବିଡ଼ିଓଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ