ଇସ୍କନ ପକ୍ଷରୁ ନିୟମିତ କାର୍ଯ୍ୟକ୍ରମ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ବରଗଡ଼ ଇସ୍କନ ପକ୍ଷରୁ ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନେଇ ବରଗଡ଼ ଇସ୍କନ ର ପ୍ରଧାନ ସେବକ ରାଧିକେଶ ରସରାଜ ଦାଶ ପ୍ରଭୁ ଆଧ୍ୟାତ୍ମିକ ପ୍ରବଚନ ଦେଇ ଲୋକଙ୍କୁ ସଚେତନ କରିବା ସହିତ ହରେକୃଷ୍ଣ ହରେରାମ ମହାମନ୍ତ୍ର ପ୍ରଚାର କରୁଥିବାରୁ ଅନେକ ନାସ୍ତିକ ବ୍ୟକ୍ତି ଆସ୍ତିକ ହେବାରେ ଲାଗିଛନ୍ତି ! ଏହା ସହିତ ବରଗଡ଼ ସବ୍ ଜେଲ, ସୋହେଲା ସବ ଜେଲ, ପଦ୍ମପୁର ସବ୍ ଜେଲରେ ତଥା ଅନେକ ମନ୍ଦିର ରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ଲୋକଙ୍କ ମନରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରୁଛନ୍ତି !ଏହି କାର୍ଯ୍ୟକ୍ରମରେ ତାଙ୍କର ସହଯୋଗୀ , ଅଭିଜିତ କ୍ରିଷ୍ଣା ପ୍ରଭୁ,ଜୟ ମୁକୁନ୍ଦ ପ୍ରଭୁ, ତପସ୍ଵି ଗୋପିନାଥ ପ୍ରଭୁ, ଭାଗିରଥି ଚୈତନ୍ୟ ପ୍ରଭୁ, ଶ୍ରୀବତ୍ସ ପ୍ରଭୁ ଏବଂ ଆହୁରି ଅନେକ ଭକ୍ତ ସଦା ସର୍ବଦା ଆଧ୍ୟାତ୍ମିକ ଭାବ ସୃଷ୍ଟି କରୁଛନ୍ତି ! ଏଥିରେ ଭାବ ବିହ୍ୱଳ ହୋଇ ଅମ୍ବିକା ପ୍ରସାଦ ପଣ୍ଡା, ଚିତ୍ତରଞ୍ଜନ ବେହେରା,ରୋଜି ସା ,ହିମାନୀ ସା ,ରସ୍ମିତା ସା , ପ୍ରିୟଙ୍କା ମିର୍ଦ୍ଧା, ରୀତା ଜେନା ରୀତା ସାମଲ , ସରସ୍ବତୀ ପ୍ରଧାନ ଆଦି ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବାରୁ ଅନୁଷ୍ଠାନ ତରଫ ରୁ ସେମାନଙ୍କୁ ସ୍ବାଗତ କରାଯାଇଥିଲା !ବରଗଡ଼ କାଳୀ ମନ୍ଦିର ନିକଟସ୍ଥ ଇସ୍କନ କେନ୍ଦ୍ର ରେ ପ୍ରତ୍ୟହ ଭଜନ କୀର୍ତ୍ତନ ଏବଂ ଭୋଗ ସମର୍ପଣ କରାଯାଇଥାଏ ବୋଲି ଅଭିଜିତ ପ୍ରଭୁ ଙ୍କ ସୂତ୍ରରୁ ପ୍ରକାଶ !


