ଇସ୍କଫ ତରଫରୁ ବିଶ୍ୱ ମହିଳା ଦିବସ ପାଳିତ

ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍) : ନାରୀମାନେ ·ହିଁଲେ ଅସାଧ୍ୟ ସାଧନ କରିପାରିବେ । ଏବେ ବି ଆମ ମା’ମାନଙ୍କ ତ୍ୟାଗ, ସାହାସିକତା ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି ଓ ରହିବ ମଧ୍ୟ । ସେ ସାହାସିକତା ଆମ ପାଖରେ ରହିଲେ ଆମେ ଶୀର୍ଷ ସ୍ଥାନରେ ପହଞ୍ôଚ ପାରିବା ବୋଲି ବିଶିଷ୍ଟ ରଙ୍ଗମଞ୍ଚ କଳାକାର ନାଦିରା ଯାହିର ବାବର କହିଛନ୍ତି । ପରିବର୍ତ୍ତିତ ସମାଜିକ ସ୍ଥିତି ଓ ମହିଳାଙ୍କ ଭୂମିକା ନେଇ ମୁଁ ଅନେକ ନାଟକ ରଚନା କରି ମଞ୍ଚସ୍ଥ କରିଛି ଏବଂ ସେ ସବୁ ଅନେକ ମହିଳାଙ୍କୁ ପ୍ରେରଣା ଦେଇଛି ବୋଲି ‘ଇସ୍କଫ’ ତରଫରୁ ଭୁବନେଶ୍ୱରସ୍ଥିିତ ରୋଟାରୀ ଭବନରେ ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଶ୍ରୀମତୀ ବାବର ଏକଥା କହିଛନ୍ତି । ଏକ ପ୍ରଶ୍ନର ଉତ୍‍ର ଦେଇ ଶ୍ରୀମତୀ ବାବର କହିଲେ ସମାଜ ପରିବର୍ତ୍ତନ ସାଙ୍ଗକୁ ଯାତ୍ରା, ରଙ୍ଗମଞ୍ଚ ଓ ସିନେମାରେ ମହିଳାଙ୍କୁ ଶୋଷଣ କଥା ଅଭିଯୋଗ ଆସୁଛି । ତାସତ୍ତେ୍ୱ ବି ଅନେକ ସୃଜନାତ୍ମକ କଳାର ପରିପ୍ରକାଶ ମଧ୍ୟ ହୋଇପାରିୁଛି । ଯେଉଁ କଥା ୩୦/୪୦ ବର୍ଷ ତଳେ ନଥିଲା ଏବେ ବ୍ୟବସାୟିକ କାରଣରୁ ମହିଳାଙ୍କୁ ଶୋଷଣ କଥା ଅନେକ ଅଭିଯୋଗ ଆସୁଛି । ସେସବୁ ସତ୍ତେ୍ୱ ଶିକ୍ଷା ଓ ସଚେତନତାର ସ୍ୱର ବଢିବାରେ ଲାଗିଛି ଏବଂ ମହିଳାମାନେ ଏବେ ଅନେକ ଯାଗାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।
ସଂଗଠନ ସମ୍ପାଦିକା ସ୍ୱାତୀ ମିଶ୍ର ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ଅମିୟ ମହାନ୍ତି ସଭାପତିତ୍ୱ କରିଥିଲେ । ବିଶିଷ୍ଟ ବକ୍ତା ଭାବେ ଅଧ୍ୟାପକ ବିଜୟ ବହିଦାର, ସାମାଜିକ କର୍ମୀ ମଧୁମିତା ରାୟ ପ୍ରମୁଖ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ମହିଳାଙ୍କ ଭୂମିକା ଓ ମହିଳା ସଶକ୍ତିକରଣର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ·ଲିଥିବା ଜନ ଆନ୍ଦୋଳନରେ ସକ୍ରିୟ ଥିବା ବିଶିଷ୍ଟ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ମହିଳା ପ୍ରତିନିଧି ଓ ସଗଂଠନର କର୍ମକର୍ତ୍ତାମାନେ ମଞ୍ଚାସୀନ ଅତିଥିଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପ·ରିଥିଲେ । ଇସ୍କଫର ଅନ୍ୟତମ ସଦସ୍ୟ ଗୋକୁଳ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ତମ୍ଭକାର ତୁଷାରକାନ୍ତଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ମହିଳା ସଂଗଠନ ଓ ବୁଦ୍ଧିଜିବୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ