ଇସ୍ତଫା ଦେଇପାରନ୍ତି ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିବାରେ ଲାଗିଛି। ତିନି ଦଳ ମଧ୍ୟରେ ଆଦର୍ଶଗତ ଭେଦଭାବ ଥିବାରୁ କେଉଁ ମୁହୂର୍ତ୍ତରେ ସରକାର ଭାଙ୍ଗିବାର ଆଶଙ୍କା ରହିଥିବା ରାଜନୀତିକ ପଣ୍ଡିତମାନେ କହିଛନ୍ତି। କଂଗ୍ରେସର ପୂର୍ବତନ ମହାରାଷ୍ଟ୍ର ସାଂସଦ ଯଶବନ୍ତରାଓ ଗଡ଼ଖା ସୋମବାର ନିଜ ଦଳ ଓ ଏନସିପି ପାଇଁ ଆଗୁଆ ସତର୍କ ସୂଚନା ଜାରି ପରେ ଉଦ୍ଧବ ଠାକରେ ଇସ୍ତଫା ଦେବାର ଆଶଙ୍କା ଦେଖାଦେଇଛି। ମହାରାଷ୍ଟ୍ରରରେ କଂଗ୍ରେସ-ଏନସିପି ଓ ଶିବସେନା ମିଳିତ ଭାବେ ସରକାର ଗଠନ କରିଛନ୍ତି। ମାତ୍ର ଏହି ତିନି ଦଳର ଆଦର୍ଶ ଭିନ୍ନ ଭିନ୍ନ। ସୋମବାର ଯଶବନ୍ତରାଓ କହିଛନ୍ତି, “ସରକାରରେ ସାମିଲ ଥିବା ୩ ଦଳ ଠିକ୍‌ ଭାବେ ପରସ୍ପରକୁ ବ୍ୟବହାର କରନ୍ତୁ। ନଚେତ ଉଦ୍ଧବ ଠାକରେ ଯେଉଁଭଳି ଲୋକ ସେ ଯେ କୌଣସି ମୁହୂର୍ତ୍ତରେ ବି ଇସ୍ତଫା ଦେଇଦେବେ। ଉଦ୍ଧବ ଜଣେ ନିୟମିତ ରାଜନେତା ନୁହନ୍ତି। ଜଣେ ଆର୍ଟିଷ୍ଟ ଭଳି ମାନସିକତା ତାଙ୍କର ରହିଛି। ତେଣୁ ସଦସ୍ୟମାନେ ବିଭାଗ ବଣ୍ଟନ ଓ ମନ୍ତ୍ରୀ ହେବା ପାଇଁ ଜିଦ କରନ୍ତୁ ନାହିଁ।” ସୂଚନା ଥାଉ କି ଉଦ୍ଧବ ଠାକରେ ନିକଟରେ ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଥିଲେ। ଏହି ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀକୁ ମିଶାଇ ୪୩ ଜଣ ସଦସ୍ୟ ରହିଛନ୍ତି। ହେଲେ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ଏକାଧିକ କଂଗ୍ରେସ ଓ ଏନସିପି ବିଧାୟକ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏଭଳି ବିବାଦ ମଧ୍ୟରେ ଯଶବନ୍ତରାଓ ମୁହଁ ଖୋଲିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ