ଇସ୍ତଫା ଦେଲେ ଅରବିନ୍ଦ ସାୱନ୍ତ

ମୁମ୍ବାଇ , (ଯୁଗାବ୍ଦ ନ୍ୟୁଜ) : ଶିବ‌ସେନାକୁ ଏନସିପି ଏବଂ କଂଗ୍ରେସ ସମର୍ଥନ ଦେବାକୁ ଯାଉଥିବା କାରଣରୁ ମୋଦୀ ସରକାରରେ ମନ୍ତ୍ରୀ‌ ହୋଇଥିବା ଶିବ ସେନାର ଏକମାତ୍ର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାୱନ୍ତ ଇସ୍ତଫା ଦେଇଥିବା ଜଣାପଡିଛି । ସେ ଟ୍ୱିଟ କରି କେନ୍ଦ୍ର ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ପଦରୁ ଇସ୍ତଫା ନେଇ ନିଜେ ସୂଚନା ପ୍ରଦାନ କରିଛନ୍ତି । ତେବେ ବିଜେପି ସରକାର ଗଠନ କରିବାକୁ ମନା କରିବା ପରେ କଂଗ୍ରେସ ଓ ଏନସିପିର ସମର୍ଥନରେ ଶିବସେନା ସରକାର ଗଠନ ଲାଗି ଜୋରଦାର ପ୍ରୟାସ ଆରମ୍ଭ କରିଥିବା ଖବର ଦେଶର ରାଜନୀତିରେ ହଇଚଇ ସୃଷ୍ଟି କରିଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ