ଇସ୍ପାତ୍ କନକ୍ଲେଭ୍ ୨୦୧୯ରେ କେନ୍ଦ୍ରମନ୍ତ୍ରୀଦେଶର ଅର୍ଥନୀତି ଏବଂ ଭିତିଭୂମିକୁ ସୁଦୃଢ କରିବାରେଇସ୍ପାତ ଶିଳ୍ପ ନିରନ୍ତର ଉଦ୍ୟମରତ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, – ଦେଶର ଅର୍ଥନୀତି ଏବଂ ଭିତିଭୂମିକୁ ନିର୍ମାଣ କରିବା ଏବଂ ବଢାଇବାରେ ଇସ୍ପାତ ଶିଳ୍ପ ନିରନ୍ତର ଉଦ୍ୟମରତ ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ ଭାରତୀୟ ଇସ୍ପାତ୍ ସଂଘ ପକ୍ଷରୁ ଆୟୋଜିତ ଇସ୍ପାତ୍ କନକ୍ଲେଭ୍ ୨୦୧୯ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଧୁନିକ ଅର୍ଥନୀତି ନିର୍ମାଣରେ ଇସ୍ପାତ୍ ଶିଳ୍ପର ମହତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ବିଶ୍ୱରେ ଭାରତ ଦ୍ୱିତୀୟ ସର୍ବବୃହତ ଇସ୍ପାତ୍ ଉତ୍ପାଦକ ହୋଇପାରିଛି ଏବଂ ଇସ୍ପାତ ଶିଳ୍ପ ଗୁଡିକର ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଗତ ୨-୩ ଦଶନ୍ଧିରେ ଇସ୍ପାତର ଉତ୍ପାଦନ, ବ୍ୟବହାର ଏବଂ ପ୍ରଭାବ ସ୍ଥିର ରହିଥିବା ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଏକ କଲ୍ୟାଣକାରୀ ସରକାର ଚାଲୁଅଛି । କେନ୍ଦ୍ର ସରକାର ଦେଶର ଭିତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ପୁଞ୍ଜିନିବେଶ କରିବା ପାଇଁ ପ୍ରତିବଦ୍ଧ । ସେହିପରି ସରକାର ଉର୍ଜା କ୍ଷେତ୍ରରେ ଗ୍ୟାସ୍ ପାଇପ୍ ଲାଇନ୍, ଟର୍ମିନାଲ, ସିଟି ଗ୍ୟାସ୍ ବିତରଣ ବ୍ୟବସ୍ଥାରେ ୧୦୦ ବିଲିୟନ ଆମେରିକୀୟ ଡଲାର ପୁଞ୍ଜିନିବେଶ କରିବାର ଯୋଜନା ରଖିଛନ୍ତି । ଏହି ନିବେଶ ଫଳରେ ଘରୋଇ ଇସ୍ପାତ କ୍ଷେତ୍ର ଅଧିକ ଲାଭାବାନ ହେବ ବୋଲି କହିଛନ୍ତି । ଯଦି ଆମେ ଦ୍ରୁତ ଗତିରେ ଦେଶ ଏବଂ ଇସ୍ପାତ ଶିଳ୍ପକୁ ଆଗକୁ ବଢେଇବାକୁ ଚାହିଁବା ତେବେ ଆମକୁ ସ୍ଥାନୀୟ ଶିଳ୍ପକୁ ମଧ୍ୟ ନେଇ ଚାଲିବାକୁ ହେବ । ଇନୋଭେସନ, ଅନୁସନ୍ଧାନ ଏବଂ ବିକାଶ ଓ ସିଏମଆର ଉପରେ ଯୋର ଦେଇ ଏହି ଲକ୍ଷ୍ୟକୁ ହାସଲ କରିପାରିବା । ବିନା ଭାରତର ବିକାଶରେ ବିଶ୍ୱର ବିକାଶ ଅସମ୍ଭବ । ଉର୍ଜା ସଂରକ୍ଷଣରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ଅଛି ଏବଂ ଆଗାମୀ ଦିନରେ ଉର୍ଜା ବ୍ୟବହାରରେ ଭାରତ ବିଶ୍ୱରେ ୧ ନମ୍ବର ହେବ ବୋଲି କହିଛନ୍ତି । ୨୦୨୪ ପର୍ଯ୍ୟନ୍ତ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିର ଲକ୍ଷ୍ୟ ସମସ୍ତଙ୍କୁ ନେଇ ହାସଲ କରାଯିବ ।
କେନ୍ଦ୍ର ସରକାର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଅନେକ ନିର୍ଣ୍ଣାୟକ ପଦକ୍ଷେପ ନେଇଛନ୍ତି ।
ଅପରପକ୍ଷରେ ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାରେ ଇସ୍ପାତର ଅଧିକ ଉପଯୋଗ ରହିଛି ।
ଦେଶରେ ୮ କୋଟି ଘରକୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ପହଁଚିଛି, ୪ କୋଟି ଘରେ ବିଜୁଳି
ସଂଯୋଗ ହୋଇଛିା ସେହିଭଳି ୨୦୨୨ ପର୍ଯ୍ୟନ୍ତ ସବୁ ଗରିବଙ୍କୁ ଘର ଦେବା ପାଇଁ ମୋଦି ସରକାର
ପ୍ରତିଶ୍ରୁତିବଦ୍ଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ