ଇସ୍ରାଏଲ୍ରେ ଚିହ୍ନଟ ହେଲା କୋଭିଡ୍ର ନୂଆ ଭାରିଆଣ୍ଟ : ହୋଇପାରେ ଘାତକ
ନୂଆଦିଲ୍ଲୀ, (ୱାଇଏନ୍ଏସ୍) ଇସ୍ରାଏଲ୍ରେ ପୁଣି ବାହାରିଲା କୋଭିଡ୍ର ନୂଆ ଭାରିଆଣ୍ଟ । ଏନେଇ ଏସ୍ରାଏଲ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବୁଧବାର ସୂଚନା ଦେଇଛି । ପୂର୍ବରୁ ଜଣାପଡ଼ିନଥିବା କୋଭିଡ୍ର ଏହି ଭାରିଆଣ୍ଟରେ ଦୁଇଜଣ ସଂକ୍ରମିତ ହୋଇଛନ୍ତି । ଏଥିରେ ଓମିକ୍ରନ୍ର ସବ୍-ଭାରିଆଣ୍ଟ ବିଏ-୧ ଏବଂ ଅନ୍ୟ ଏକ ସବ୍-ଭାରିଆଣ୍ଟ ବିଏ-୨ ଦେଖିବାକୁ ମିଳୁଛି । ଏହାର ପ୍ରଭାବରେ ସାମାନ୍ୟ ଜ୍ୱର, ମାଂସପେଶୀ ଦରଜ ଏବଂ ମୁଣ୍ଡ ବିନ୍ଧା ହୋଉଥିବା ଦେଖୁବାକୁ ମିଳୁଥିବା ବେଳେ ଏହାର କୌଣସି ସ୍ୱତନ୍ତ୍ର ଚିକିତ୍ସା ନାହିଁ ବୋଲି ଜଣାପଡ଼ିଛି । ଏହି ଭାରିଆଣ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ଜଣାପଡ଼ିନଥିଲା । ଇସ୍ରାଏଲ୍ର ବେନ୍ ଗୁରିଅନ୍ ବିମାନବନ୍ଦରରୁ ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ କରିବା ସମୟରେ ଏହି ଭାରିଆଣ୍ଟ ସମ୍ୱନ୍ଧରେ ଜଣାପଡ଼ିଥିଲା । ବିଏ.୨ ଓମିକ୍ରନ୍ ଭାରିଆଣ୍ଟ ପ୍ରାଥମିକ ପୂନର୍ବାର ବ୍ୟକ୍ତିଙ୍କୁ ସଂକ୍ରମିତ କରୁଥିବା ଆଗରୁ ଜଣାପଡ଼ିଥିଲା । ରିସର୍ଚ୍ଚରୁ ଜଣାଯାଇଛି ଯେ ଏହା ଅଧିକ ଘାତକ । କିନ୍ତୁ ଭ୍ୟାକ୍ସିନ୍ ଏହି ଭାରିଆଣ୍ଟ ପାଇଁ ସେତେଟା ପ୍ରଭାବ ପକାଇବ ନାହିଁ । ୧୦୩ ଏଫ୍ଏମ୍ ରେଡିଓ ମାଧ୍ୟମରେ ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଜେନେରାଲ୍ ନେଚମାନ ଆସ୍ ସୂଚନା ଦେଇଛନ୍ତି ଯେ କୋଭିଡ୍ର ନୂଆ ଭାରିଆଣ୍ଟ ଇସ୍ରାଏଲ୍ରେ ଚିହ୍ନଟ ହୋଇଛି । ଅନୁମାନ କରାଯାଉଛି ଯେ ବିମାନରେ ଯାତ୍ରା ପୂର୍ବରୁ ଦୁଇ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିଲେ । କିପରି ଏହି ଦୁଇ ସବ୍-ଭାରିଆଣ୍ଟ ମିଶିଲେ ସେ ନେଇ ଜଣାପଡ଼ିନଥିବା କହିଛନ୍ତି ।


